ଦ୍ୱିତୀୟ ପତ୍ନୀଙ୍କୁ କାଟି ଫିଙ୍ଗିିବା ବେଳେ ଯୁବକ ଗିରଫ, ଘରୁ ମୁଣ୍ଡ, ଗୋଡ଼, ହାତ ଜବତ

ସୁରତ: ନିଜ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ବ୍ୟକ୍ତି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। ସାହାନଓ୍ଵାଜ୍‌ ଓରଫ ଶାନୁ ୟୁସୁଫମିଆଁ ଶେଖ୍‌(୩୨ ବର୍ଷ) ନାମକ ଏହି ଯୁବକଙ୍କୁ ଗିରଫ କରିବା ସହିତ ପୁଲିସ ତାଙ୍କ ନିକଟରୁୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛିି।
ସାହାନଓ୍ଵାଜ୍‌ ଓରଫ ଶାନୁ ୟୁସୁଫମିଆଁ ଶେଖ୍‌(୩୨ ବର୍ଷ) ନାମକ ଯୁବକ ଜଣକ ପାର୍ସୀ ତେରି ଅଞ୍ଚଳର ରାଣୀ ତଲବରେ ରହୁନ୍ତି। ଗତ ରବିବାର ରାତିରେ ସାହାନସଓ୍ଵାଜ୍‌ ତାଙ୍କ ପତ୍ନୀ ଜୁଲେଖା ଓରଫ ବର୍ଷା ସୟଦଙ୍କୁ ହତ୍ୟା କରି ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଭାତେନା କେନାଲରେ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲସ ହାତରେ ଧରାପଡ଼ିଥିଲେ। ପରେ ତାଙ୍କ ଘର ଖାନତଲାସ କରାଯିବାରୁ ବର୍ଷା ସୟଦଙ୍କ କଟା ମୁଣ୍ଡ, ଗୋଡ଼ ଓ ହାତ ପଡ଼ିଥିବା ଦେଖି ପୁଲିସ ସେଗୁଡ଼ିକୁ ଜବତ କରିଛି।


ତଦନ୍ତ ବେଳେ ପୁଲିସ ଜାଣି ପାରିଥିଲା ଯେ ସାହାନଓ୍ଵାଜ୍‌ ଓରଫ ଶାନୁ ୟୁସୁଫମିଆଁ ଶେଖ ରାଣି ତଲବର ଯେଉଁ ଆାର୍ଟମେଣ୍ଟରେ ରୁହନ୍ତି ତାର ତଳ ମହଲାରେ ଏକ ଦୋକାନ କରିବା ସହିତ ପ୍ରଥମ ପତ୍ନୀ ଜୋହ୍‌ରାବନାବୀଙ୍କ ସହିତ ରୁହନ୍ତି। ତେବେ୨ ବର୍ଷ ତଳେ ମହରାଷ୍ଟ୍ରର ବର୍ଷା ଓରଫ ଜୁଲେଖାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ସେ ଜୁଲେଖାଙ୍କୁ ବିବାହ କରି ଥିଲେ। ଯେଉଁ ଆପାର୍ଟମେଣ୍ଟରେ ଜାହ୍‌ରାବନାବୀ ରହୁଥିଲେ ସାହାନଓ୍ଵାଜ ସେହି ଆପାର୍ଟମେଣ୍ଟରେ ଆଣି ଜୁଲେଖାଙ୍କୁ କରଇଥିଲେ। ୩ ଜଣ ଗୋଟିଏ ଆପାର୍ଟମେଣ୍ଟରେ ରହିବାରୁ ସାହାନଓ୍ଵାଜଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ସବୁଦିନ କଳିଝଗଡ଼ା ହୁଏ।। ତେବେ ପ୍ରତିଦିନ ଜାହ୍‌ରାବନାବୀ ଓ ଜୁଲେଖାଙ୍କ ମଧ୍ୟରେ ପାଟିତୁଣ୍ଡରେ ଅତିଷ୍ଟ ହୋଇ ଜୁଲେଖାଙ୍କୁ ହତ୍ୟା କରିବା ପାଇଁ ସାହାନଓ୍ଵାଜ ନିଷ୍ପତି ନେଇଥିଲା। ତେଣୁ ନିଜ ଘରେ ଜୁଲେଖାଙ୍କୁ ମାରିବା ପରେ ସାହାନଓ୍ଵାଜ ଜୁଲେଖାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲା। ପରେ ସେ ହି ଖଣ୍ଡ ବିଖଣ୍ଡିତ ମୃତଦେହକୁ ନଷ୍ଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର