ରାତିରେ ଦ୍ୱିତୀୟ ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ

ଲକ୍ଷ୍ନୌ: ଦ୍ୱିତୀୟ ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ବାମୀ। ଉତ୍ତରପ୍ରଦେଶର ଆମ୍ରୋହାରେ ଜଣେ ଯୁବକ ଏଭଳି ଅପରାଧ କରିଥିବା ଜଣାପଡ଼ିଛି। ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ସ୍ବାମୀ ମୃତଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ମୁରାଦାବାଦର ଜଙ୍ଗଲରେ ଫିଙ୍ଗିଦେଇଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଆମ୍ରୋହାର ନଗର ପୁଲିସ ଷ୍ଟେସନରେ ପତ୍ନୀଙ୍କ ନିଖୋଜ ଅଭିଯୋଗ ମଧ୍ୟ ଦାଖଲ କରିଥିଲା। ପରେ ଅଜଣା ମୃତଦେହ ମିଳିବାରୁ ତଦନ୍ତ କରି ମୁରାଦାବାଦ ପୁଲିସ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଅଧିକ ସୂଚନା ପାଇଁ ପଚରାଉଚରା କରୁଥିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛି।

ସୂଚନା ମୁତାବକ, ଅମ୍ରୋହା ନଗର କୋତୱାଲୀ ଅଞ୍ଚଳରେ ରହୁଥିବା ଜାଭେଦ୍ (ଛଦ୍ମନାମ) ଡିସେମ୍ବର ୫ତାରିଖ ଦିନ ରାତିରେ ତାଙ୍କ ପତ୍ନୀ ଶବାନାଙ୍କ (ଛଦ୍ମନାମ) ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। କିଛି ସମୟ ପରେ, ଜାଭେଦ୍ ଯେତେବେଳେ ପୁନର୍ବାର ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ, ପତ୍ନୀ ମନା କରିଦେଇଥିଲେ।

ଯେତେବେଳେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା, ସେତେବେଳେ ରାଗରେ ଜାଭେଦ୍ ନିଜ ପତ୍ନୀଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଜାଭେଦ ମୁରାଦାବାଦ ଜିଲ୍ଲାରେ ଥିବା ରତୁପୁରା ଗାଁର ଜଙ୍ଗଲ କଡ଼ ରାସ୍ତାରେ ଫିଙ୍ଗି ଦେଇଥିଲେ। ମୃତଦେହ ଫିଙ୍ଗିବା ପରେ ଜାଭେଦ ଧରାନପଡ଼ିବା ପାଇଁ ପୁଲିସ ଷ୍ଟେସନ ଯାଇ ପତ୍ନୀ ନିଖୋଜ ଥିବା ନେଇ ଏତଲା ଦେଇଥିଲେ।

ଏତଲା ପାଇ ତଦନ୍ତ କରିବା ପରେ ଶବାନାଙ୍କ ମୃତଦେହ ପୁଲିସକୁ ମିଳିଥିଲା। ଏନେଇ ଜାଭେଦଙ୍କୁ ଡକାଇ ପୁଲିସ ପଚରାଉଚରା କରିବାରୁ ସେ ସବୁ ସତ ମାନି ନେଇଥିଲା।

ସମ୍ବନ୍ଧିତ ଖବର