ଭୁବନେଶ୍ୱର: କମିସନରେଟ ପୁଲିସ ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ଲୋକଙ୍କ ଠାରୁ ବାଇକ୍ ଲୁଟ୍ ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସମ୍ ହସ୍ପିଟାଲ-କଳିଙ୍ଗ ନଗର ରାସ୍ତାରେ ୩ ଜଣ ଦୁର୍ବୃତ୍ତ ବାଇକ୍ ଆରୋହୀଙ୍କୁ ଅଟକାଇଥିଲେ। ଏହା ପରେ ସେମାନେ ବନ୍ଧୁକ ଦେଖାଇ ବାଇକ୍ ଲୁଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘାଟିକିଆ ଅଂଚଳର ପର୍ଶୁ ରଥ ବାଇକ୍ରେ ଘରକୁ ଫେରୁଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପର୍ଶୁ କିଛି ଭାବିବା ପୂର୍ବରୁ ବନ୍ଧୁକ ଦେଖାଇଥିଲେ। ଫଳରେ ସେ ଭୟଭୀତ ହୋଇଯିବାର ସୁଯୋଗ ନେଇ ବାଇକ୍ ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।