ଜୁଆ ଖେଳରେ ହାରିଲା ପତ୍ନୀ ଓ ଦୁଇ ପିଲାକୁ, ଉପହାରରେ ମିଳିଲା ତଲାକ୍‌ 

ବୁଲନ୍ଦସହର: ଜଣେ ଯୁବକ ଜୁଆ ଖେଳରେ ନିଜର ପତ୍ନୀ ଓ ଦୁଇ ପିଲାକୁ ବାଜି ଲଗାଇ ହାରି ଯିବା ପରେ ପତ୍ନୀଙ୍କ ଠାରୁ ତଲାକ୍‌ ପାଇଛନ୍ତି। ଉକ୍ତ ମହିଳା ନିଜ ସ୍ୱାମୀ ସହିତ ପାଞ୍ଚଜଣ ଲୋକଙ୍କ ନାମରେ କୋର୍ଟଙ୍କ ଆଦେଶ କ୍ରମେ କୋତବାଲିରେ ମାମଲା ରୁଜୁ କରିଛନ୍ତି।

କୋତବାଲିସ୍ଥିତ ଧମେଡା ରହୁଥିବା ମହିଳାଙ୍କ କହନ୍ତି, ‘୨୦୧୨ରେ ମୋର ବିବାହ ଭୁଡ କ୍ଷେତ୍ରରେ ବସବାସ କରୁଥିବା ମୋହସିନ୍‌ଙ୍କ ସହିତ ହୋଇଥିଲା। ବିବାହ ପରେ ମୁଁ ଦୁଇଟି ସନ୍ତାନର ଜନନୀ ହୋଇଥିଲେ। ମୋର ସ୍ୱାମୀ ଜଣେ ଜୁଆଡି ବୋଲି  ପରେ ଜାଣିବାକୁ ପାଇଥିଲି। ୨୦୧୫ ସେପ୍ଟେମ୍ବରରେ ଜୁଆ ଖେଳରେ ସ୍ୱାମୀ ମୋତେ ଓ ମୋର ଦୁଇ ପିଲାଙ୍କୁ ବାଜି ଲଗାଇ ଦେଇଥିଲେ। ଯାହା କି ସେ ହାରି ଯାଇଥିଲେ। ଜିତିଥିବା ଲୋକ ନିଜର ତିନିଜଣ ବନ୍ଧୁଙ୍କ ସହ ଆମ ଘରକୁ ଆସି ମୋତେ ଓ ମୋର ଦୁଇ ପିଲାଙ୍କୁ ସାଥୀରେ ନେଇ ଯାଉଥିବା ସମୟରେ ମୁଁ ବିରୋଧ କରିଥିଲି। ଏହାପରେ ଏହି ଘଟଣା ସମ୍ପର୍କରେ ଆଖପାଖର ଲୋକ ଜାଣିବା ପରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ଏହି ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଜୁଆ ଖେଳରେ ଜିତିଥିବା ବ୍ୟକ୍ତିଙ୍କୁ ମୋର ଗୋଟିଲ ପିଲା ଦେବାକୁ  ନିଷ୍ପତ୍ତି ହୋଇଥିଲା। ଏହା ପରେ ମୁଁ ମୋହସିନ୍‌ଙ୍କୁ ତଲାକ୍‌ ଦେଇ ଚନ୍ଦୋଡର ଜଣେ ଯୁବକଙ୍କୁ ବିବାହ କରିଥିଲି।’

ସମ୍ବନ୍ଧିତ ଖବର