କରୋନା ରିପୋର୍ଟ ଅପେକ୍ଷାରେ ଚାଲିଗଲା ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକଙ୍କ ଜୀବନ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ଜଣେ ଯୁବକଙ୍କ କରୋନା ରିପୋର୍ଟ ଅପେକ୍ଷାରେ ମୃତ୍ୟୁ ହୋଇଯାଇଛି। ସାଇକେଲରେ ଯାଉଥିବା ବେଳେ ଯୁବକଙ୍କୁ ଦ୍ରୁତଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାରଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ। ସେଠାରୁ ଯୁବକଙ୍କୁ ଟ୍ରମା ସେଣ୍ଟର ସ୍ଥାନାନ୍ତର କରି ଦିଆଯାଇଥିଲା। ଏଠାରେ କରୋନା ରିପୋର୍ଟ ପାଇଁ ଯୁବକଙ୍କୁ ଦୁଇଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା କରାଯାଇ ନଥିଲା। ଶେଷରେ ଯୁବକ ଜଣକ ଚିକିତ୍ସା ଅଭାବରୁ ପ୍ରାଣତ୍ୟାଗ କରିଥିଲେ। ଅସହାୟ ବାପା ଧକ୍କା ମାରିଥିବା କାର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

लखनऊ: कोरोना र‍िपोर्ट के इंतजार में तड़पता रहा एक्‍सीडेंट में घायल युवक, उपचार नहीं म‍िलने पर मौत | man lost life alleged after doctor refuses treatment before covid 19 test ...
Oneindia Hindi

ମୃତ ଯୁବକଙ୍କ ବାପାଙ୍କ କହିବାନୁସାରେ, ମୋ ପୁଅ ରଜନୀଶ ପ୍ରତିଦିନ ସାଇକେଲରେ କାମକୁ ଯାଇଥାଏ। ଆଜି ବି ସେ କାମକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ତାକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ପୁଅ ଗୁରୁତର ଭାବେ ଆହତ ହୋଇଥିଲା। ଗ୍ରାମବାସୀଙ୍କ ସାହାଯ୍ୟରେ ପୁଅକୁ ସିଏଚସି ମୋହନଲାଲଗଞ୍ଜ ନିଆଯାଇଥିଲା। ସେଠାରେ ଗୋଟିଏ ଇନଜେକସନ୍ ଦେବା ପରେ ପୁଅର ଶରୀର ଅସୁସ୍ଥ ଥିବା କହି ଟ୍ରାମା ସେଣ୍ଟର ପଠାଇ ଦିଆଯାଇଥିଲା।

ଏହାପରେ ପୁଅକୁ ଟ୍ରାମା ସେଣ୍ଟର ନେଇ ଯାଇଥିଲୁ। ତେବେ ଟ୍ରାମା ସେଣ୍ଟର ପହଞ୍ଚିବା ପରେ ପୁଅକୁ ଆମ୍ବୁଲାନ୍ସରେ ଅଧଘଣ୍ଟା ପର୍ଯ୍ୟନ୍ତ ପକାଇ ରଖା ଯାଇଥିଲା। ସେଠାରେ କୁହାଯାଇଥିଲା କି କରୋନା ରିପୋର୍ଟ ବିନା ଡାକ୍ତର ଚିକିତ୍ସା କରି ପାରିବେ ନାହିଁ। ଏହାପରେ ଆମ୍ବୁଲାନ୍ସ ଯୋଗେ ଏକ ଘରୋଇ ହସ୍ପିଟାଲ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର