ପାଟଣା: ବିହାରର ସୁଲତାନଗଞ୍ଜରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ଟ୍ରେନର ଶୌଚାଳୟରେ ନିଜର ପ୍ରେମିକଙ୍କୁ ବିବାହ କରିଥିବା ଖବର ମିଳିଛି।
ଏଭଳି ଏକ ଘଟଣା ଭୀରମୁର୍ଦର ଉଧାଡିହ ଗାଁରେ ଘଟିଛି। ଦୁଇମାସ ପୂର୍ବରୁ ଦୁଇ ପରିବାରଙ୍କ ସମ୍ମତିରେ ମହିଳା ଜଣକଙ୍କ କିରଣପୁର ଗାଁର ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। ବିବାହାର କିଛିଦିନ ପରେ ନବବିବାହିତା କାହାକୁ କିଛି ନକହି ଶାଶୁଘରୁ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ। ମହିଳାଙ୍କ ପ୍ରେମିକା ନାମ ଆଶୁ କୁମାର ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଆଶୁ କହନ୍ତି, ପ୍ରିୟଙ୍କା(ଛଦ୍ମନାମ)ଙ୍କ ସହିତ ମୋର ଅନେକ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଏହା ଜାଣି ବି ତାଙ୍କ ପରିବାର ଲୋକ ବିବାହ ଅନ୍ୟ ଏକ ସ୍ଥାନରେ ସ୍ଥିର କରି ଦେଇଥିଲେ। ଆମେ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରିବୁ ନାହିଁ। ସେଥିପାଇଁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲୁ। ପ୍ରିୟଙ୍କା ତାଙ୍କ ଶାଶୁଘରୁ ଚାଲି ଆସିବା ପରେ ଆମେ ସୁଲତାନଗଞ୍ଜ ଷ୍ଟେସନରେ ପହଞ୍ଚି ବେଙ୍ଗାଲୁରୁ ଯିବା ପାଇଁ ଟ୍ରେନ ଧରିଥିଲୁ। ଏହି ସମୟରେ ମୁଁ ପ୍ରିୟଙ୍କା ମୁଣ୍ଡରେ ସିନ୍ଦୂର ଦେଇ ଜୀବନସାଥୀ ଭାବେ ଗ୍ରହଣ କରିଥିଲି।
ଏହି ଦୁହିଁଙ୍କ ଏଭଳି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Women-Marry-in-Train-Toilet_Thumbnail.jpg)