ଏମିତି ବାପା : ପୁଅକୁ ଦଉଡ଼ିରେ ଝୁଲାଇ ଓ ଝିଅକୁ ତଳେ ଶୁଆଇ ନିଷ୍ଠୁର ଭାବେ ପିଟୁଥିଲା

ରାଜସ୍ଥାନ: ଜଣେ ବ୍ୟକ୍ତିଙ୍କୁ ଜୀଅନ୍ତା ଜଳାଇ ଦେବା ପରେ ରାଜସ୍ଥାନର ରାଜସମନ୍ଦର ଫୁକିୟାତାହାର୍‌ ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳିଛି ବାପା ପୁଅକୁ ଅତି ନିଷ୍ଠୁର ଭାବେ ମାରିବା ପରେ ତାକୁ ଦଉଡ଼ିରେ ଝୁଲାଇ ଦେଉଛି। କେବଳ ଏତିକି ନୁହେଁ ସେ ତାର ତିନିବର୍ଷ ଝିଅକୁ ବି ଛାଡ଼ି ନାହିଁ। ନୀରହି ପିଲାଙ୍କୁ ନିଷ୍ଠୁର ଭଳି ପିଟି ଚାଲିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତ ପିତାକୁ ଗିରଫ କରି ନେଇଛି।

ଏହି ଭିଡିରେ ଦେଖା ଯାଉଥିବା ବ୍ୟକ୍ତିଙ୍କ ନାମ ଚେନ୍‌ ସିଂହ ରାଓ୍ଵତ ବୋଲି ଜଣାପଡ଼ିଛି। ସେ ତାର ପିଲାମାନଙ୍କୁ ଅତି ନିଷ୍ଠୁରତା ସହ ମାଡ ମାରି ଚାଲି ଥିବାର ଦେଖିବାକୁ ମିଳୁଛି। ଚେନ୍‌ ପ୍ରଥମେ ତାର ପୁଅକୁ ମାଡ ମାରିବା ପରେ ଦଉଡ଼ିରେ ବାନ୍ଧି ପେଣ୍ଟ ଖୋଲି ଝୁଲାଇ ଦେଉଛି। ପୁଣି ତା’ପାଖରେ ଥିବା ତିନିବର୍ଷ ଝିଅକୁ ଆଖି ବୁଜା ମାଡ ମାରି ଚାଲିଛି। ଦୁଇଟି ପିଲା ଯନ୍ତ୍ରଣାରେ ଚିତ୍କାର କରୁଥିବାର ମଧ୍ୟ ଭିଡିଓରେ ଶୁଣିବାକୁ ମିଳିଛି। ତେବେ ଦୁଇଟି ପିଲାକୁ ଚେନ୍‌ ଯେଉଁ କାରଣ ପାଇଁ ମାଡ ମାରିଥିଲେ ତାହା ବହୁ ସାମନ୍ୟ କଥା ଥିଲା ବୋଲି ପାଖପଡୋଶି କହୁଛନ୍ତି।

ଚେନ୍‌ ସିଂହଙ୍କ ପାଖପଡୋଶୀ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରି ଦେଇଥିଲେ। ପଡୋଶୀଙ୍କ କହିବାନୁସାରେ, ଆମେ ଚେନ୍‌କୁ ପିଲାଙ୍କୁ ନମାରିବା ପାଇଁ ବୁଝାଇ ଥିଲୁ। କିନ୍ତୁ ସେ ଆମର କୌଣସି କଥା ଶୁଣି ନଥିଲା। ଏହାପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲୁ। ଏହି ଭିଡିଓ ଯେତେବେଳେ କଲେକ୍ଟର ପିସି ଭେରଓ୍ଵାଲଙ୍କ ପାଖରେ ପହଞ୍ଚି ଥିଲା ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ସୂଚନା ଦେଇଥିଲେ। ତେବେ ପୁଲିସ ଗିରଫ କଥା ଶୁଣି ଚେନ୍‌ ଫେରାର ହୋଇଯାଇଥିଲା। କିନ୍ତୁ ପୁଲିସ ତାକୁ କାବୁ କରି ନେଇଛି। ଚେନ୍‌କୁ ପୁଲିସ ଗିରଫ କରିବା ସହିତ ଅଭିଯୁକ୍ତ ପତ୍ନୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ପଚରା ଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର