ଭଲ ବ୍ୟବହାର ପାଇଁ ଜେଲ୍‌ରୁ ବାହାରିଥିବା ବେଳେ ପୁଣି ଦୁଇଟି ହତ୍ୟା କରି ସେହି ଜେଲ୍‌କୁ ଗଲେ ଯୁବକ, ଜାଣନ୍ତୁ କାରଣ

ଔରାଙ୍ଗାବାଦ୍‌: ଟିକେ ଭାବନ୍ତୁ ତ, ଜଣେ ଅଭିଯୁକ୍ତ ଅପରାଧ କରି ଜେଲ୍‌ରେ ରହିବା ପରେ ତା’ର ଭଲ ବ୍ୟବହାର ପାଇଁ ତାକୁ ଜେଲ୍‌ ଦଣ୍ଡରୁ ମୁକ୍ତ କରାଯାଉଛି; କିନ୍ତୁ କିଛି ଦିନ ପରେ ଅଭିଯୁକ୍ତ ଜଣକ ପୁଣି ଦୁଇଟି ହତ୍ୟା କରି ଜେଲକୁ ଫେରୁଛି । କଥାଟି ଗପ ପରି ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଘଟିଛି ବିହାରର ଔରାଙ୍ଗାବାଦ୍‌ରେ । ଜଣେ ୨୭ବର୍ଷୀୟ ଯୁବକଙ୍କ ନାମରେ ଅନେକ ଅଭିଯୋଗ ଆସିବା ପରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା । କିନ୍ତୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ତାଙ୍କୁ ଜେଲଦଣ୍ଡରୁ ମୁକ୍ତ କରାଯାଇଥିଲା । ଗାନ୍ଧୀ ଜୟନ୍ତୀରେ ଯୁବକଙ୍କୁ ଜେଳରୁ ମୁକ୍ତ କରାଯାଇଥିବା ବେଳେ ଜେଲରୁ ବାହାରିବାର କିଛି ସମୟ ପରେ ସେ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

NDTV.com

ସୂଚନା ମୁତାବକ, ଜେଲ୍‌ ଭିତରେ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ମହମ୍ମଦ ସଫିକ୍‌ ନାମକ ଜନୈକ ବ୍ୟକ୍ତିଙ୍କ ସହ ଅନୈତିକ ସଂପର୍କ ଥିବା ଜାଣିବା ପରେ ପବନ କୁମାର ସିଂହ ଜେଲ୍‌ରୁ ବାହାରକୁ ଆସିବାର ଯୋଜନା କରିଥିଲେ । ଭଲ ବ୍ୟବହାର ଦେଖାଇ ସେ ଜେଲ୍‌ରୁ ମୁକ୍ତ ହେବା ପରେ ନଭେମ୍ବର ୪ରେ ସଫିକ୍‌ଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କ ଭାଇ ମହମ୍ମଦ ଗଡ଼୍ଡିଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲେ । ପ୍ରଥମେ ପୁଲିସ କିଛି ଜାଣି ପାରି ନଥିବା ବେଳେ ସଫିକ୍‌ଙ୍କ ଫୋନ ଚେକ୍‌ କରି ପବନଙ୍କ ସ୍ତ୍ରୀଙ୍କ ନମ୍ବର ପାଇଥିଲା । ଯାହା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ନଭେମ୍ବର ୧୮ରେ ପବନଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ସେ ଜେଲ ଭିତରେ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର