ପ୍ରେମିକା ସହ ବ୍ରେକ୍‌ଅପ୍‌ ପରେ ଅଜଣା ମହିଳାଙ୍କୁ ଘରକୁ ଆଣି ହତ୍ୟା କଲା ଯୁବକ

ଭୋପାଳ (ମଧ୍ୟପ୍ରଦେଶ): ଅଯୋଧ୍ୟା ନଗର ଅଞ୍ଚଳରେ ଜଣେ ୨୭ ବର୍ଷୀୟ ଯୁବକ ଜନୈକା ୪୭ ବର୍ଷୀୟା ମହିଳାଙ୍କୁ ଘରକୁ ଆଣି ହତ୍ୟା କରିଥିବାର ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ଜଣଙ୍କ ମାର୍କେଟ ଆସିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଲିପ୍ଟ ମାଗିଥିଲେ । ଯୁବକ ଜଣଙ୍କ ଲିପ୍ଟ ଦେବା ପରେ ମହିଳାଙ୍କୁ ନିଜ ଘରକୁ ଆଣି ହତ୍ୟା କରିଥିଲେ । ହତ୍ୟା କରିବା ପରେ ମୃତଦେହକୁ ଘର ଠାରୁ ୫୦ମିଟର ଦୂରରେ ନେଇ ଫିଙ୍ଗି ଦେଇଥିଲେ । ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେବାରେ ଅସୁବିଧା ହେବାରୁ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସରେ ଏତଲା ଦେବା ପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
ସୂଚନା ମୁତାବକ, ଶନିବାର ରାଜୀବ ନଗରରେ ମହିଳାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହକୁ ଉଦ୍ଧାର କରିଥିଲା ପୁଲିସ । ପାଖା ପାଖି ଅଞ୍ଚଳ ଖୋଜା ଖୋଜି କରିବା ପରେ ୫୦ମିଟର ଦୂରରେ ଏକ ଘର ଥିବା ଦେଖିଥିଲା ପୁଲିସ । ସନ୍ଦେହ ହେବାରୁ ପୁଲିସ ଘରର କବାଟ ବାଡ଼େଇବା ପରେ ଅଙ୍କିତ ତିଓ୍ଵାରୀ ନାମକ ଜଣେ ଯୁବକ ପାଣିରେ ଚଟାଣ ସଫା କରୁଥିବାର ଦେଖିବାକୁ ମିଳିଲା । ଘରର ଭିତରେ ରକ୍ତର ଛିଟା ଦେଖି ପୁଲିସର ସନ୍ଦେହ ଦୂର ହୋଇଥିଲା । ଗିରଫ କରି ପଚରାଉଚରା କରିବା ପରେ ନିଜର ସବୁ ଦୋଷ ମାନି ନେଇଥିଲେ ଅଙ୍କିତ୍‌ ।

NDTV.com

୪ଦିନ ପୂର୍ବରୁ ପ୍ରେମିକା ସହ ବ୍ରେକ୍‌ଅପ୍‌ ହୋଇଥିବାରୁ ମୁଁ ଚିନ୍ତାରେ ଥିଲି । ମହିଳା ଜଣଙ୍କ ମୋତେ ଲିପ୍ଟ ମାଗିବା ପରେ ମୁଁ ତାଙ୍କୁ ମୋ ଘରକୁ ନେଇ ଆସିଥିଲି । ଯାହା ଫଳରେ ସେ ମୋ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ । ଏଥିପାଇଁ ମୁଁ ରାଗରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲି । ମରିଯିବା ପରେ ମୃତଦେହକୁ ବାହାରକୁ ଫିଙ୍ଗିବାକୁ ନେଉଥିବା ବେଳେ ସେ ଭାରି ଥିବାରୁ ମୁଁ ତାଙ୍କୁ ଅଧିକ ବାଟ ନେଇ ପାରି ନଥିଲି ବୋଲି ସ୍ୱୀକର କରିଛି ଅଙ୍କିତ୍‌ ।

ସମ୍ବନ୍ଧିତ ଖବର