ବିହାର: ବିହାରର ବୈଶାଳୀ ଜିଲ୍ଲାର ବିଦୁପୁର ଥାନାର ଏରାଜିକନଚନପୁର ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଫେସବୁକ ନିଶା ପାଇଁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିଚୟ ଦିବ୍ୟା କୁମାରୀ ବୋଲି ଜଣାପଡ଼ିଛି।

Advertisment

ଫୋନ ଦେଖିବା ନିଶା ହେଲା କାଳ

ମୃତକ ଦିବ୍ୟା କୁମାରୀଙ୍କ ବାପା ମନୋଜ ସିଂହ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୋ ଝିଅକୁ ଜ୍ବାଇଁ ଅଭିଷେକ କୁମାର ଓରଫ ରାଜା ଓ ତାର ବାପା ରବି ରଞ୍ଜନ ଓରଫ ବବଲୁ ମିଶି ହତ୍ୟା କରିଛନ୍ତି। ମୋ ଝିଅ ଫୋନ ଦେଖିବାକୁ ଭଲପାଏ। ଏହି କାରଣରୁ ପ୍ରାୟତଃ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ଦିବ୍ୟା ଫେସବୁକ ଦେଖୁଥିଲା। ଯାହାକୁ ନେଇ ଅଭିଷେକ ବିରକ୍ତ ହୋଇ ଦିବ୍ୟାକୁ ଗାଳି କରିଥିଲେ।ଏହି ଘଟଣାକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଶେଷରେ ଅଭିଷେକ ମୋ ଝିଅର ତଣ୍ଟି ଚିପି ଜୀବନ ନେଇଯାଇଥିଲେ।’

ଅଧିକପଢ଼ନ୍ତୁ:ଦେବୋତ୍ଥାନ ଏକାଦଶୀର କ’ଣ ରହିଛି ମହତ୍ତ୍ବ ଆସନ୍ତୁ ଜାଣିବା

ଫେସବୁକରେ ରିଲ୍ସ ଦେଖିବା କାରଣରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଦିବ୍ୟା କୁମାରୀଙ୍କ ସ୍ବାମୀ ଅଭିଷେକ ଓ ତାଙ୍କ ଶ୍ବଶୁରଙ୍କୁ ଗିରଫ କରି ହେପାଜତକୁ ନେଇଛି। 

ପୁଲିସ ସୂତ୍ରରୁ ପ୍ରକାଶ, ସ୍ତ୍ରୀ ହତ୍ୟାକାରୀ ଅଭିଷେକଙ୍କ ନାମରେ ପୂର୍ବରୁ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ଗୋଟିଏ ହତ୍ୟା ଓ ଅନ୍ୟଟି ଦୁଷ୍କର୍ମ ମାମଲା ରହିଛି।

ଅଧିକପଢ଼ନ୍ତୁ:ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି

murder wife husband