ଟିଭି ରିମୋଟକୁ ନେଇ ହତ୍ୟା: ୭ବର୍ଷିଆ ବାଳିକାକୁ ହତ୍ୟା ପରେ ଡବାରେ ଭର୍ତ୍ତି କରି କେନାଲରେ ଫିଙ୍ଗିଲା ଅଭିଯୁକ୍ତ

ଚେନ୍ନାଇ: ସାମାନ୍ୟ ଟିଭି ରିମୋଟ ପାଇଁ ପଡୋଶୀ ଯୁବକ ଜଣେ ୭ବର୍ଷିଆ ବାଳିକାକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ହତ୍ୟା ପରେ ନିଜ ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ଯେଉଁଭଳି ଭାବରେ ମୃତଦେହକୁ ଲୁଚାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ତେବେ ଘଟଣା ନେଇ ସୂଚନା ମିଳିବା ପରେ କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ନେଇଥିବା ଜଣା ପଡିଛି |

Week after RTI activist's death, police say it was an 'accident ...
Hindustan Times

ପୁଲିସ ଦେଇଥିବା ସୂଚନା ମୁତାବକ, ମୃତ ବାଳିକା ନିଜ ଘରେ ବିଦ୍ୟୁତ ସଂଯୋଗ ନଥିବାରୁ ଅଭିଯୁକ୍ତ ପଡୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଆନ୍ତି | ବୁଧବାର ଘଟଣାଟି ଘଟିଥିବା ବେଳେ ଘଟଣା ଦିନ ଅଭିଯୁକ୍ତଙ୍କର ନିଜ ବାପାଙ୍କ ସହ ଝଗଡା ଆରମ୍ଭ ହୋଇଥିଲା | ଠିକ ଏହି ସମୟରେ ମୃତ ବାଳିକା ଚ୍ୟାନେଲ ବଦଳାଇବା ପାଇଁ ରିମୋଟ ମାଗିଥିଲେ | ଅଭିଯୁକ୍ତ ଜଣଙ୍କ ନିଜ ବାପାଙ୍କ ସହ ଝଗଡା କରି ରାଗରେ ଥିବାରୁ ବାଳିକା ରିମୋଟ ମାଗିବା ପରେ ସେ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ | ପରେ ଧରାପଡିଯିବା ଡରରେ ସେ ମୃତଦେହକୁ ଏକ ଡବାରେ ଭର୍ତ୍ତି କରି ଘରଠାରୁ ୨କିଲୋମିଟର ଦୂରରେ ଥିବା କେନାଲରେ ଫିଙ୍ଗି ଦେଇଥିଲେ | ଘଟଣାଟି ଦିନ ୧୧.୩୦ରୁ ୧୨.୦୦ଟା ମଧ୍ୟରେ ଘଟିଥିବା ବେଳେ ପୁଲିସକୁ ୨ଟା ୩୦ମିନିଟରେ ଖବର ଦିଆଯାଇଥିଲା | ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ନିଜର ଅପରାଧ ସ୍ୱୀକାର କରିଛି ଅଭିଯୁକ୍ତ |

ସମ୍ବନ୍ଧିତ ଖବର