ଅନ୍‌ଲାଇନ୍‌ରୁ ବିରିୟାନି ଅର୍ଡର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ଜମାଖାତାରୁ ଏପରି ଭାବେ ଉଭେଇ ଗଲା ୫୦ହଜାର ଟଙ୍କା !

ନୂଆଦିଲ୍ଲୀ: ଜଣେ ଯୁବକଙ୍କୁ ଅନ୍‌ଲାଇନ୍‌ ବିରିୟାନି ଅର୍ଡର କରିବା ମହଙ୍ଗା ପଡିଛି। ସେ ଅନ୍‌ଲାଇନ୍‌ରେ ବିରିୟାନି ଅର୍ଡର କରିବା ପରେ ତାଙ୍କ ଜମାଖାତାରୁ ୪୯୯୯୭ଟଙ୍କା ଉଭେଇ ଯାଇଥିବା ଅଭିଯୋଗ କରିଛନ୍ତି। ଏହା ସେତେବେଳେ ଘଟିଲା ସେ ଯେତେବେଳେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡର କରି ତାହାକୁ ବାତିଲ୍‌ କରୁଥିଲେ। ତିନିଥରରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଭଳି ଟଙ୍କା ଉଡି ଯାଇଥିଲା।

ଘଟଣା ଟି ହେଉଛି ଏପରି, ନିଶାନ୍ତ ରାଜ ନାମକ ଜଣେ ଯୁବକ ବିହାରରୁ ପଶ୍ଚିମବଙ୍ଗ ବୁଲିବାକୁ ଆସିଥିଲେ। ଏଠାରେ ସେ ନିଜର ପରିଚିତଙ୍କ ଘରେ ରହିଥିଲେ। ଗୋଟିଏ ଦିନ ସେ ଗୋଟିଏ ପ୍ଲେଟ ବିରିୟାନି ଅର୍ଡର ଜୋମେଟୋ ଜରିଆରେ କରିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ସେ ଦେଖିବାକୁ ପାଇଥିଲେ ଖାଦ୍ୟ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ତେଣୁ ସେ ଅନ୍‌ଲାଇନ୍‌ରୁ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନ୍‌ସେଲ କରିବା ପାଇଁ ଜୋମାଟୋର କଷ୍ଟମର୍ସ କେୟାର ନମ୍ବର ଗୁଗଲରେ ସର୍ଚ୍ଚ କରିଥିଲେ।

ନିଶାନ୍ତଙ୍କ କହିବାନୁସାରେ, ସେ ଅର୍ଡର କ୍ୟାନସେଲ କରିବା ପରେ ବିିରିୟାନି ପାଇଁ ପୈଠ କରିଥିବା ଟଙ୍କା ତାଙ୍କ ଜମାଖାତାକୁ ଚାଲି ଆସିବ ବୋଲି ଉକ୍ତ କଷ୍ଟମର୍ସ କେୟାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ତାଙ୍କୁ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ ବୋଲି କୁହାଯାଇଥିଲା।

ନିଶାନ୍ତ ଯେମିତି ହିଁ ସେହି ଆପ୍‌ ଡାଉନ୍‌ଲୋଡ କରିଥିଲେ, କିଛି ସମୟ ପରେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ମେସେଜ ଆସିଥିଲା। ମେସେଜ ଆସିବା ପରେ ତିନଥରରେ ୪୯୯୯୭ଟଙ୍କା ଗାଏବ ହୋଇଯାଇଥିଲା। ପ୍ରଥମେ ୧୯୯୯୯, ୧୯୯୯୯ ଓ ୯୯୯୯ ଏପରି ଭାବେ ଜମାଖାତାରୁ ଟଙ୍କା କଟି ଯାଇଥିଲା। ନିଶାନ୍ତ ଠକେଇର ଶିକାର ହୋଇଥିବା ଜାଣି ତୁରନ୍ତ ନିକଟସ୍ଥ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ନା ପୁଲିସ ନା ସାଇବର ଅପରାଧ ଶାଖା କେହି ବି ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ।

ଅପରାଧି ତାଙ୍କୁ ଫୋନ୍‌ ବି କରିଥିିଲା ଏବଂ କହିଥିଲା ପୁଲିସକୁ ଅଭିଯୋଗ କରିଲେ ବି ତୁ ଆଉ ଟଙ୍କା ଆଉ ଫେରି ପାଇବୁ ନାହିଁ।

ସୌଜନ୍ୟ: ଆଜତକ୍‌

ସମ୍ବନ୍ଧିତ ଖବର