ରିଲ ତିଆରି ପାଇଁ ନିଆଁ ସହିତ ଖେଳିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର କାମ କରୁଛନ୍ତି। କିନ୍ତୁ ସମୟସମୟରେ ଏହି କାମ ହେତୁ ସେମାନଙ୍କ ଜୀବନ ବାଜି ଲାଗି ଯାଉଥିବା ବେଳେ ଅନେକଙ୍କ ଜୀବନ ଏଥିପାଇଁ ଚାଲି ଯାଉଥିବାର ଘଟଣା ସାମ୍ନାକୁ ଆସିଛି।

ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବକ ରିଲ୍ ତିଆରି କରିବାକୁ ଯାଇ ନିଜ ପିଠିରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି। ତେବେ ସେ ଭାବିଥିଲେ ନିଆଁ ତାଙ୍କ ପୋଷାକ ଉପରେ ହିଁ ରହିବ। କିନ୍ତୁ ନିଆଁଟି ତାଙ୍କ ପୋଷାକୁ ଜାଳି ପିଠି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ତେଣୁ ସେ ଚିତ୍କାର କରି ବାଥରୁମକୁ ଜୀବନବିକଳରେ ଦୌଡ଼ି ଚାଲି ଯାଇଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓ ଟ୍ୱିଟରରେ @ViciousVideos ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । କିଛି ଲୋକ ଭିଡିଓ ଦେଖିବା ପରେ ହସୁଥିବା ବେଳେ ଆଉ କିଛି ନିଆଁ ସହିତ ଏପରି ଖେଳିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର