ହାଇଦ୍ରାବାଦ୍: ଦେଶରେ ଏବେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି। ପ୍ରତିଦିନ ଦେଶର ପ୍ରତିଟି କୋଣରୁ ଦୁଷ୍କର୍ମ ଭଳି ଅପରାଧ ସାମ୍ନାକୁ ଆସୁଥିବା ବେଳେ ଏବେ ହାଇଦ୍ରାବାଦରେ ସେଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ସହ ଜ୍ବାଇଁ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି।
ସୂଚନା ମୁତାବକ, ତେଲେଙ୍ଗାନାର ପଞ୍ଜାଗୁଟ୍ଟାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଶାଗ୍ରସ୍ତ ହୋଇ ଅଭିଯୁକ୍ତ ଜ୍ବାଇଁ ନିଜ ୪୮ବର୍ଷୀୟା ଶାଶୁ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି। ପୀଡ଼ିତା ଅନେକ ବର୍ଷ ହେବ ନିଜ ଝିଅ ଓ ଜ୍ବାଇଁଙ୍କ ସହ ରହି ଆସୁଥିଲେ। ଡିସେମ୍ବର ୧୩ରେ ପୀଡ଼ିତା ଶୋଇଥିବା ବେଳେ ଅଭିଯୁକ୍ତ ତାଙ୍କ ଶୋଇବା ଘରକୁ ଯାଇ ଦୁଷ୍କର୍ମ କରିଥିଲେ। ଏ ନେଇ ଶୁକ୍ରବାର ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆଗକୁ ବଢ଼ାଇଛି ପୁଲିସ।
/sambad/media/post_attachments/9a434a07be1fdef8a389a41ecf192184099c9bad71e2e5cf7efa6536b62f9d08.jpg)
ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅ କୌଣସି କାମରେ ସହର ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ଜ୍ବାଇଁ ଏଭଳି ଅପରାଧ କରିଥିଲା। ଖାଇ ସାରି ଶୋଇବାକୁ ଯିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଶୋଇବା ଘରକୁ ଯାଇ ଦୁଷ୍କର୍ମ ଭଳି ଅପରାଧ କରିିଥିଲା। ପରେ ଅପରାଧ କରି ସାରି ଅଭିଯୁକ୍ତ ପୀଡ଼ିତାଙ୍କୁ ମୋତେ କ୍ଷମା କରିଦିଅ ବୋଲି କହିଥିଲେ ମଧ୍ୟ ପୀଡ଼ିତା ପୁଲିସରେ ଅଭିଯୋଗ କରିବାକୁ ଉଚିତ୍ ମଣିଥିଲେ।