ସୁରଟ: ଫେସବୁକ୍ରେ ନାମ ପରିବର୍ତ୍ତନ କରି ଜଣେ ବିବାହିତା ଯୁବତୀଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ। ପରେ ଏହି ବନ୍ଧୁତ୍ୱରୁ ଅନ୍ତରଙ୍ଗ ସମ୍ପର୍କ। ପରେ ଦୁଷ୍କର୍ମ। ଏହି ପରି ଭାବେ ଫେସବୁକ୍୍ ପ୍ରେମ ଜଣେ ଯୁବତୀଙ୍କୁ ମହାଙ୍ଗା ପଡ଼ିଛି। ନାମ ପରିବର୍ତ୍ତନ କରି ଜଣେ ୩୦ ବର୍ଷୀୟ ମୁସଲମାନ ଯୁବକ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ବିଭିନ୍ନ ଭାବେ ପ୍ରଲାଭିତ କରିବା ସହିତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀଙ୍କୁ ପ୍ରଥମେ ଏକ ହୋଟେଳକୁ ନେଇ ଦୁଷ୍କର୍ମ କରିବା ସହିତ ଏହି ସମୟର ଫଟୋ ଉଠାଇ ତାଙ୍କୁ ଦୀର୍ଘ ଦିନ ହେବ ବ୍ଲାକମେଲିଂ କରି ଆସିଛନ୍ତି ଏହି ମୁସଲମାନ ଯୁବକ।୨୦୧୫ ମସିହାରୁ ଯୁବକଙ୍କ ନିର୍ଯାତନା ଓ ବ୍ଲାକ୍ ମେଲିଂରେ ଅତିଷ୍ଠ ହୋଇ ଯୁବତୀ ଜଣକ ଶେଷରେଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଇମ୍ରାନ ଓରଫ ସମୀର ସମସେର ଚୌହାନ ନାମକ ଯୁବକ ଜଣକଙ୍କର ପ୍ରକୃତ ନାମ ଇମ୍ରାନ ଓ ସେ ଭଦୋଦରାର ତରସାଲି ଅଞ୍ଚଳର ବାସିନ୍ଦା କିନ୍ତୁ ସେ ନିଜକୁ ଜଣେ ହିନ୍ଦୁ ବୋଲି ପରିଚୟ ଦେଇ ଫେସ୍ବୁକ୍ ମାଧ୍ୟମରେ ଜାଣ ୨୮ ବର୍ଷୀୟା ବିବାହିତା ମହିଳାଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ତେବେ ଏହି ବନ୍ଧୁୁତ୍ୱ ନିବିଡ଼ ହେବା ପରେ ଇମ୍ରାନ ତାଙ୍କୁ ଭେଟିବାକୁ ହୋଟେଲକୁ ଡାକିଥିଲେ। ୨୦୧୫ ଅକ୍ଟୋବର ୨୯ ତାରିଖ ଦିନ ଇମ୍ରାନ ସେହି ହୋଟେଲରେ ଯୁବତୀଙ୍କ ସହିତ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିଲେ ଓ ଗୋପନରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇ ନେଇଥିଲେ। ପରେ ଏହି ଫଟୋ ଦେଖାଇ ସେ ଦୁଇ ବର୍ଷ ଧରି ଯୁବତୀଙ୍କୁ ବିଭିନ୍ନ ହୋଟେଳକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ।
ସୂଚନାଯୋଗ୍ୟ ଯେ ଯୁବତୀଙ୍କର ଏକ ୮ ବର୍ଷର ସନ୍ତାନ ଅଛି। ଯୁବତୀ ଜଣକ ୨୦୧୩ ମସିହାରେ ଫେସବୁକ୍ରେ ଚାଟିଂ କରିବା ଅବସରରେ ଇମ୍ରାନଙ୍କ ସହିତ ବନ୍ଧୁତା ସୃଷ୍ଟି କରିଥିଲେ। ସେହ ବନ୍ଧୁତା ଶେଷର ଏକ ଖରାପ ସମ୍ପର୍କରେ ପରିଣତ ହୋଇଥିଲା ବୋଲି ପୁଲିସ କହିବା ସହିତ ଯୁବକଙ୍କୁ ଧରିବା ପାଇଁ ଭଦୋଦରାକୁ ଏକ ପୁଲିସ ଟିମ୍ ପଠାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଫେସବୁକ୍ ଚାଟିଂରୁ ବନ୍ଧୁତା, ବ୍ଲାକମେଲିଂ କରି ଦୁଇ ବର୍ଷ ଧରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
/sambad/media/post_attachments/wp-content/uploads/2017/11/Rape_New-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)