୫୦ ମହିଳାଙ୍କୁ ଦୁଷ୍କର୍ମ କରିଥିବା ୨୮ ବର୍ଷୀୟ ଯୁବକ ଗିରଫ

ଚେନ୍ନାଇ: ଚୋରି ଅଭିଯୋଗରେ ପୁଲିସ ଏକ ଆଇଟି କମ୍ପାନିର ଜଣେ ୨୮ ବର୍ଷୀୟ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିବା ପରେ ତାଙ୍କ ମୋବାଇଲରେ ଯାହା ଦେଖଲେ ସେଥିରେ ସମଗ୍ର ପୁଲିସ ଟିମ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଯୁବକ ଜଣକ ଜଣେ ନୁହେଁ କିମ୍ବା ଦୁଇଜଣ ନୁହଁନ୍ତି ଚେନ୍ନାଇର ପ୍ରାୟ ୫୦ ଜଣ ମହିଳାଙ୍କ ବେକରେ ଛୁରି ଲଗାଇ ସେମାନଙ୍କ ସହିତ ଦୁଷ୍କର୍ମ କରିଛନ୍ତି ଓ ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକ୍‌ମେଲିଂ କରିଛନ୍ତି। ମାତ୍ର ଲୋକ ଲଜ୍ୟା ଭୟରେ କେହି ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରି ନ ଥିଲେ।। ମାତ୍ର ଅଭିଯୁକ୍ତ ଜଣକ ଧରାପଡ଼ିବା ପରେ ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ପୁଲିସ ଆଶା କରୁଛି , ଅନ୍ୟ ମହିଳାମାନେ ମଧ୍ୟ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ମୁହଁ ଖୋଲିବେ।


ପୁଲିସ ସୂତ୍ରରୁ ପ୍ରକାଶ ଯେ ତାମିଲନାଡୁର କୃଷ୍ଣାଗିରି ଜିଲ୍ଲା ମଥୁରର ବାସିନ୍ଦା ମଦନ ଅରିଭାଲଗନ୍‌ କୃଷ୍ଣାଗିରି କଲେଜରୁ ଗଣିତ ଅନର୍ସରେ ବିଏସସି ପାସ କରିବା ପରେ ନିଜ ଭାଗ୍ୟ ପରିବର୍ତ୍ତନ ପାଇଁ ଚେନ୍ନାଇ ଆସିଥିଲେ। ଏଠାରେ କିଛିଦିନ ଏକ ସଫ୍ଟେଓ୍ଵର କମ୍ପାନିରେ କାର୍ଯ୍ୟ କରିବା ପରେ ତାଙ୍କ ମନମୁତାବକ କାର୍ଯ୍ୟ ନ ମିଳିବାରୁ ଚାକିରି ଛାଡ଼ି ଦେଇଥିଲେ। ପରେ ସେ ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କୁ ଅଟକାଇ ଲୁଟ୍‌ପାଟ୍‌ କରୁଥିଲେ। ତା ପରେ ସେ ଏକୁଟିଆ ରହୁଥିବା ମହିଳାଙ୍କୁ ଟାର୍ଗେଟ କରି ସେମାନଙ୍କ ଘରେ ପଶି ଲୁଟ୍‌ କରୁଥିଲେ। ଏହିପରି ଭାବେ ଲୁଟ୍‌ କରିବାକୁ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ତାଙ୍କ ବେକରେ ଛୁରି ଲଗାଇ ମଦନ ଅରିଭାଲଗନ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ତା ପରେ ଏକୁଟିଆ ମହିଳାଙ୍କ ଘରେ ପଶି ଲୁଟ୍‌ ସହିତ ସେମାନଙ୍କୁ ଦୁଷ୍ମର୍ମ କରିବା ମଦନ ଅରିଭାଲଗନର ଏକ ରୋଗରେ ପରିଣତ ହୋଇଯାଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଭେଲାଚାରୀ ଥାନା ଅଞ୍ଚଳର ଓ୍ଵିଲିୟମ୍ସ ନାମକ ଜଣେ ସଫ୍ଟେଓ୍ଵର ଇଞ୍ଜିନିୟର ଅଭିଯୋଗ କରିଥିଲେ ଯେ ଜଣେ ଯୁବକ ତାଙ୍କ ଘର ପାଖରୁ ତାଙ୍କ ବେକରେ ଛୁରି ଲଗାଇ ୮ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ।

ଏହି ଅଭିଯୋଗର ତଦନ୍ତ ବେଳେ ପୁଲିସ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରିବାରୁ ମଦନ ଅରିଭାଲଗନ ସମ୍ପର୍କରେ ଜାଣି ପାରିଥିଲା। ପରେ ତାଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିବା ସହିତ ତାଙ୍କ ମୋବାଇଲ ଫୋନ ଯାଞ୍ଚ କରିଥିଲା। ଯାଞ୍ଚବେଳେ ତାଙ୍କ ମୋବୋଇଲରେ ବହୁ ଆପତ୍ତିଜନକ ନଗ୍ନ ଭିଡ଼ିଓ ଥିବା ଜଣାପଡ଼ିଥିଲା। ପୁଲିସ ତଦନ୍ତରୁ ଜାଣିପାରିଥିଲା ଯେ ପ୍ରାୟ ୫୦ ଜଣ ମହିଳାଙ୍କ ସହିତ ମଦନ ଅରିଭାଲଗନ ଦୁଷ୍କର୍ମ କରିଛି। ଏ ନେଇ ମଦନ ଅରିଭାଲଗନଙ୍କୁ ପୁଲିସ ପଚାରିବାରୁ ସେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲା। ମଦନ ଅରିଭାଲଗନ କହିଥିଲା ଯେ ସେ ଏକୁଟିଆ ଥିବା ମହିଳାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲା। ପରେ ପାଣି ପିଇବା ବାହାନାରେ ଘରେ ପଶି ବେକରେ ଛୁରି ଲଗାଇ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିଲା। ଏହି ସମୟର ଭିଡିଓ ନିଜ ମୋବାଇଳରେ ରେକର୍ଡିଂ କରୁଥିଲା। ପରେ ମହିଳାଙ୍କ ମୋବାଇଲ ଫୋନ ତାଙ୍କଠାରୁ ଭୟଭୀତ କରାଇ ନେଇ ଏଥିରେ ବ୍ଲାକ୍‌ମେଲିଂ କରି ସେମାନଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା। ପୁଲିସ କହିଛି ଯେ ଏ ନେଇ ଦୁଷ୍କର୍ମର ଶିକାର ହେଉଥିବା ମହିଳାମାନେ ପୁଲିସରେ ଲୋକଲଜ୍ୟା ଓ ଭୟରେ ଅଭିଯୋଗ କରୁ ନ ଥିଲେ।ତେବେ ବର୍ତ୍ତମାନ ଜଣେ ମହିଳା ମଦନ ଅରିଭାଲଗନ ବିରୋଧରେ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗ କରିଛନ୍ତି। ଏହା ପରେ ଆହୁରି ବହୁ ମହିଳା ଏପରି ଅଭିଯୋଗ କରିପାରନ୍ତି ବୋଲି ପୁଲିସ କହିଛି।
ପରେ ପୁଲିସ ମଦନ ଅରିଭାଲଗନର ଗୁଣ୍ଡି ଜିଲ୍ଲା ମଦୁଭାଙ୍କରାଇଠାରେ ଥିବା ଘରେ ଖାନତଲାସୀ କରି ଗୋଟିଏ ଲାପ୍‌ଟପ୍‌ ଜବତ କରିଛି। ପୁଲିସ ମଦନ ଅରିଭାଲଗନର ପରିବାର ଓ ସାଙ୍ଗମାନଙ୍କୁ ମଧ୍ୟ ଏ ନେଇ ପଚରାଉଚରା କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର