ନୂଆଦିଲ୍ଲୀ: ମହିଳାଙ୍କ ସହିତ ବଢ଼ୁଥିବା ଯୌନ ନିର୍ଯାତନାର ମାମଲା କୌଣସି ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ନିକଟରେ ସ୍କଟଲ୍ୟାଣ୍ଡରୁ ଏମିତି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ବିଶ୍ୱାସ କରି ହେବ ନାହିଁ। ସ୍କଟଲ୍ୟାଣ୍ଡର ଜଣେ ସିରିଏଲ ରେପିଷ୍ଟ ଏମିତି ଜଣେ ମହିଳାଙ୍କୁ ନିଜର ଶିକାର ବନାଇଥିଲା, ଯାହାଙ୍କ ସହିତ ସେ ପାଞ୍ଚ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିଲା। ଦୁଷ୍କର୍ମକାରୀ ମହିଳାଙ୍କୁ ନିଜର ଶିକାର ବନାଇବା ପାଇଁ ବହୁତ ହି ବିପଦଜନକ ଉପାୟକୁ ଆପଣାଇଥିଲା।। ଅଭିଯୁକ୍ତ ବିଷଧର ସାପର ଭୟ ଦେଖାଇ ମହିଳାଙ୍କ ସହିତ ୫ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ଜଣାପଡ଼ିଛି।

Advertisment

publive-image

ପୁଲିସ ହାତରେ ଧରାପଡ଼ିବା ପରେ କୋର୍ଟ ଅଭିଯୁକ୍ତ ଜନ ଡିକ୍ସନକୁ ୧୪ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। କେବଳ ଏତିକି ନୁହେଁ ୧୪ବର୍ଷ ପରେ ଜେଲରୁ ମୁକୁଳିବା ପରେ ୪ବର୍ଷ ପର୍ଯ୍ୟନ୍ତ ପୁଲିସ ନଜରରେ ରହିଛି ଡିକ୍ସନ। ଏହା ସମ୍ପୂର୍ଣ୍ଣ ଘଟଣା ନର୍ଥ ଲାନାର୍‌କସିରେରେ ଘଟିଛି।

publive-image

ସୂଚନାଯୋଗ୍ୟ, ଅଭିଯୁକ୍ତ ଅଭିଯୁକ୍ତ ଜନ ଡିକ୍ସନ ବୋଆ ପ୍ରଜାତିର ଏକ ବିଷଧର ସାପ ପାଳି ରଖିଥିଲା। ସାପର ନାମ ମିଚ ବୋଲି ଅଭିଯୁକ୍ତ ଦେଇଥିଲା। ଅଭିଯୁକ୍ତ ଏହି ସାପର ଭୟ ଦେଖାଇ ପାଖାପାଖି ୫ବର୍ଷ ପର୍ଯ୍ୟନ୍ତ ୧୦୦୦ ଥର ମହିଳାଙ୍କ ସହିତ ଦୁଷ୍କର୍ମ କରି ଆସୁଥିଲା ବୋଲି ଜଣାପଡ଼ିଥିଲା। ଡିକସନ୍‌ ଅନ୍ୟ ମହିଳାଙ୍କ ସହିତ ବି ଅସଦାଚରଣ କରିବା ସହିତ ମାରପିଟ ବି କରିଥିବା ଅଭିଯୋଗ ହୋଇଥିଲା। ଡିକସନ୍‌ ୨୦୦୦ରୁ ନେଇ ୨୦୧୭ ପର୍ଯ୍ୟନ୍ତ ପାଖାପାଖି ୪ଜଣ ମହିଳାଙ୍କୁ ନିଜର ଶିକାର ବନାଇଥିଲା। ବିଚାରପତିଙ୍କ କହିବାନୁସାରେ, ଏତେ ବଡ଼ ଜଘନ୍ୟ ଅପରାଧ କରିଥିବା ସତ୍ତ୍ୱେ ଅଭିଯୁକ୍ତକୁ ତିଳେ ମାତ୍ର ପଶ୍ଚ୍ୟତାପ ନାହିଁ।