ଦୁଷ୍କର୍ମ ପରେ ନାବାଳିକାକୁ ବିବାହ ପାଇଁ ଧର୍ମ ବଦଳାଇବାକୁ କହିଲା ମୁସଲିମ ଯୁବକ, ପୁଲିସ ଖୋଲିଲା ଯୁବକର ଅସଲ ମୁଖା

ବେଙ୍ଗାଲୁରୁ: ଦୁଷ୍କର୍ମ ପରେ ନାବାଳିକାକୁ ବିବାହ ପାଇଁ ଧର୍ମ ବଦଳାଇବାକୁ କହିଲା ମୁସଲିମ ଯୁବକ। ପୁଲିସ ଖୋଲିଲା ଯୁବକର ଅସଲ ମୁଖା। ପ୍ରଥମେ ପ୍ରେମ ଜାଲରେ ଫସାଇ ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କ‌ଲା ଅଭିଯୁକ୍ତ। ହେଲେ ନାବାଳିକା ରାଜି ନହେବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ବିବାହ କଥା କହିବାରୁ ଧର୍ମ ବଦଳାଇ ଇସଲାମ ଗ୍ରହଣ କରିବାକୁ ଅଭିଯୁକ୍ତ କହିଥିଲେ। ପରେ ପୀଡ଼ିତାଙ୍କ ପରିବାର ଘଟଣାକୁ ନେଇ ଅଭିଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାଁ ୟୁନୁସ ପାଶା ହୋଇଥିବା ବେଳେ ସେ ପୀଡ଼ିତାଙ୍କ ପଡୋଶୀ ଥିବା ଜଣାପଡ଼ିଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ୟୁନୁସ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଏକ ଫୋନ ଉପହାରରେ ଦେଇଥିଲେ। ଦୁହେଁ ଭିଡିଓ କଲରେ କଥା ହେବା ସମୟରେ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ନେଇଥିଲେ ଅଭିଯୁକ୍ତ। ପରେ ପୀଡ଼ିତା ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହେବାରୁ ୟୁନୁସ ଅଶ୍ଲୀଳ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ। ଧମକରେ ପୀଡ଼ିତା ନଡରିବାରୁ ଘରେ କେହି ନଥିବା ବେଳେ ୟୁନୁସ ପୀଡ଼ିତାଙ୍କ ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ବିବାହ କଥା କହିବାରୁ ଧର୍ମ ବଦଳାଇଲେ ବିବାହ କରିବି ବୋଲି କହିଥିଲେ ୟୁନୁସ। ଏଥିରେ ପୀଡ଼ିତା ରାଜି ନହୋଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ୟୁନୁସ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ସନ୍ତାନ ଥିବା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର