ପାଞ୍ଚ ବର୍ଷ ତଳର ଦୁଷ୍କର୍ମ ଭିଡିଓ ଝିଅର ସ୍ୱାମୀ ପାଖକୁ ପଠାଇଥିବା ଅଭିଯୁକ୍ତ ଗିରଫ

କୋଲାର: ପାଞ୍ଚ ବର୍ଷ ତଳେ ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋଲାର ଜିଲ୍ଲା ଅନ୍ତର୍ଗତ ଶ୍ରୀନିବାସପୁର ସହରର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଆରିଫ୍‌ର ଘର ଜାଖିର ଖାଁ ମୋହଲ୍ଲାରେ।

ଦୁଇ ଜଣ ବନ୍ଧୁଙ୍କ ସହାୟତାରେ ଦୁଷ୍କର୍ମ ବେଳର ଭିଡିଓ ଉଠାଇ ଥିଲେ ଆରିଫ୍‌। ସେ ଭିଡିଓକୁ ଆରିଫ୍‌ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇ ଦେଇଥିଲେ। ଫଳରେ, ସ୍ୱାମୀ ସେ ଦୁଷ୍କର୍ମ ପୀଡ଼ିତା ଝିଅକୁ ଛଅ ମାସ ତଳେ ଛାଡ଼ପତ୍ର ଦେଇଥିଲେ।

ଗଫାର୍‌ ଖାଁ ମୋହଲ୍ଲାର ସେ ଦୁଷ୍କର୍ମ ପୀଡ଼ିତାଙ୍କୁ ଏବେ ୨୦ ବର୍ଷ। ଆରିଫ୍‌ ଏବଂ ତାଙ୍କ ବନ୍ଧୁମାନେ ପୁଣି ତାଙ୍କୁ ବ୍ଲାକ୍‌ମେଲ୍‌ କରିବାରୁ ସେ ଶନିବାର ସନ୍ଧ୍ୟାରେ ଥାନାରେ ଏତଲା ଦେଇଛନ୍ତି।

ଶ୍ରୀନିବାସପୁର ସବ୍‌-ଇନ୍‌ସ୍‌ପେକ୍ଟର୍‌ ଜଗଦୀଶ କହନ୍ତି, ଆରିଫ୍‌ର ବନ୍ଧୁ ତୌସିଫ୍‌ ଏବଂ ସୟେଦ୍‌ ଚିନ୍ତାମଣି ଠାରେ ଗୋଟାଏ କାର୍‌ ରଙ୍ଗ କରାଯାଉଥିବା ଗ୍ୟାରେଜ୍‌ରେ କାମ କରନ୍ତି। ଏବେ ସେମାନେ ଫେରାର ଅଛନ୍ତି।

୨୦୧୨ରେ ଆରିଫ୍‌ ଦୁଷ୍କର୍ମ ପୀଡ଼ିତା ସେ ଝିଅକୁ ଗୋଟାଏ ନିରୋଳା ସ୍ଥାନକୁ ଟେକି ନେଇ ଥିଲା। ସେଠାରେ ନିଶା ଔଷଧ ମିଶ୍ରିତ ଫଳରସ ପିଆଇବା ପରେ ତା’ସହ ଦୁଷ୍କର୍ମ କରିଥିଲା। ଝିଅଟି ଏ କଥା ତା’ର ବାପାମାଆଙ୍କୁ କହିଥିଲା। ମୋହଲ୍ଲାର ବୟୋଜ୍ୟେଷ୍ଠମାନେ ମାମଲାର ମୀମାଂଶା କରିଥିଲେ। ସେ ଝିଅ ଠାରୁ ଦୂରେଇ ରହିବାକୁ ଆରିଫ୍‌ ସେମାନେ ଚେତାଇ ଦେଇଥିଲେ। ୨୦୧୫ରେ ସେ ଝିଅକୁ ତା’ର ବାପା ମାଆ ହାଇଦ୍ରାବାଦର ଜଣେ ମେକାନିକ୍‌ ସହ ବାହାଘର କରାଇ ଦେଇଥିଲେ।

କୌଣସିମତେ ଆରିଫ୍‌ ସେ ଝିଅର ସ୍ୱାମୀଙ୍କ ମୋବାଇଲ୍‌ ନମ୍ବର ପାଇ ଯାଇଥିଲା। ତାଙ୍କ ସ୍ତ୍ରୀର ନଗ୍ନ ଫଟୋ ସେମାନଙ୍କ ପାଖରେ ଅଛି। ସେମାନେ ତା’ ସହ ଦୁଷ୍କର୍ମ କରିଥିଲେ ବୋଲି ଆରିଫ୍‌ ତା’ର ସ୍ୱାମୀକୁ ଜଣାଇଥିଲା। ଏହାକୁ ବାଜେ କଥା କହି ଝିଅର ସ୍ୱାମୀ ସେ ଘଟଣାର ଭିଡିଓ କ୍ଲିପ୍‌ ପଠାଇବାକୁ କହିଥିଲେ।

ତାହା ଦେଖିବା ପରେ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଥିଲେ। ଝିଅ ଶ୍ରୀନିବାସପୁର ଫେରି ଆସି ବାପଘରେ ରହୁଥିଲା। ଅଭିଯୁକ୍ତମାନେ ପୁଣି ସେ ଝିଅ ସହ ଲାଗିଲେ। ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କଲେ। ଚିଡ଼ି ଯାଇ ଝିଅଟି ଥାନାରେ ଅଭିଯୋଗ କରିଥିଲା।

ସମ୍ବନ୍ଧିତ ଖବର