ସମସ୍ତିପୁର: ବିହାରର ସମସ୍ତିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଝିଅ ସହ ଦୁଷ୍କର୍ମ କରି ଗର୍ଭବତୀ କରାଇ ଦେଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଦଲସିଂହପୁଲିସ୍ ଥାନା ଅଧୀନରେ ଥିବା ସ୍ଥାନୀୟ ଅଞ୍ଚଳରେ ପୀଡ଼ିତା ଜଣକ ନିଜ ବାପାମାଆଙ୍କ ସହ ରହନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା କନ୍ୟା ଜଣକ ନିଜ ଅଭିଯୁକ୍ତଙ୍କ ନାମରେ ପୁଲିସ୍ରେ ଅଭିଯୋଗ କରି କହିଛନ୍ତି ଯେ ଏ ବିଷୟରେ କାହାକୁ ନ କହିବାକୁ ପୀଡ଼ିତାକୁ ଅଭିଯୁକ୍ତ ଧମକ ଦେଉଥିଲେ। ପୀଡ଼ିତା ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କ ବାପାମାଆ ତାଙ୍କୁ ଡାକ୍ତରଖାନା ନେଇକି ଯାଇଥିଲେ। ଡାକ୍ତର ଚିକିତ୍ସା କରି ନାବାଳିକା ପୀଡ଼ିତା ଗର୍ଭବତୀ ଥିବା ସୂଚନା ଦେଇଥିଲେ।
ପୀଡ଼ିତାଙ୍କ ବାପା ଦୁର୍ଘଟଣାର ଶିକାର ହେବା ପରେ ପୀଡ଼ିତାଙ୍କୁ ଛାଡ଼ି ତାଙ୍କ ବାପାମାଆ କୋଲକାତା ଯାଇଥିଲେ। ସେହି ସମୟରେ ଝିଅଟି ଏକା ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତ ଘର ମାଲିକ ତାଙ୍କ ସହ ମନ୍ଦ ସଂପର୍କ ରଖିବା ଆରମ୍ଭ କରିଥିଲେ। ତା’ପରେ ଅନେକ ଥର ସେ ଏପରି କରିଛନ୍ତି।