ନାବାଳିକା ସାବତ ଝିଅକୁ ଦୁଷ୍କର୍ମ କରିଥିବାରୁ ବାପାକୁ ଆଜୀବନ କାରାଦଣ୍ଡ ସହିତ ୨ଲକ୍ଷ ଟଙ୍କା ଜରିମାନା

ମଥୁରା: ଆଠମାସ ପୂର୍ବେ ୧୫ବର୍ଷର ସାବତ ଝିଅକୁ ଘରେ ଏକମାସ ଧରି ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ଦୁଷ୍କର୍ମକାରୀ ବାପା ବିରୋଧରେ ଅଧିବେଶନ ବିଚାରପତି ଆଜୀବନ କାରାଦଣ୍ଡର ଶୁଣାଣି କରିଛନ୍ତି। ଏଥିସହିତ ୨ଲକ୍ଷ ଟଙ୍କା ବି ଜରିମାନା ହୋଇଛି। ଏହି ଜରିମାନା ରାଶି ଅଭିଯୁକ୍ତ ଦେଇ ନପାରିଲେ ପୀଡିତାଙ୍କୁ ସରକାର ଏହି ରାଶି ପ୍ରଦାନ କରିବେ। ଜାମିନରେ ଥିବା ଅଭିଯୁକ୍ତ ବାପାକୁ ବିଚାରପତି ଗତ ବୁଧବାର ଜେଲ ପଠାଇ ଦେଇଛନ୍ତି।

ସୁରୀର ଥାନାସ୍ଥିତ ଗ୍ରାମରେ ୧୫ବର୍ଷର ଝିଅ ତାର ମା’ ଓ ସାବତ ବାପା ସହିତ ବସବାସ କରେ। ୨୦୧୩ ମସିହା ଫେବ୍ରୁଆରି ୧୦ ତାରିଖରେ କୌଣସି କାମରେ ଝିଅର ମା’ ଘର ବାହାରକୁ ଯାଇଥିବା ବେଳେ ୧୫ବର୍ଷର ସାବତ ଝିଅକୁ ବାପା ଘରୁ ଉଠାଇ ନେଇଥିଲା। ମା’ ଘରେ ପହଞ୍ଚିବା ପରେ ଝିଅ ନଥିବା ଜାଣି ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ପୁଲିସରେ ଅଭିଯୋଗ କରିଥିଲେ।

ଅଭିଯୁକ୍ତ ବାପା ୧୫ବର୍ଷର ସାବତ ଝିଅକୁ ଆଲିଗଡ଼ ନେଇ ଯାଇଥିଲା। ସେଠାରୁ ଝିଅକୁ ଲାତୁର ମହାରାଷ୍ଟ୍ର ନେଇ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ବାପା ଘରୁ ଯିବା ସମୟରେ ଏକ ମୋଟର ସାଇକେଲ ସହିତ ଦେଢ଼ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ନେଇ ବି ଫେରାର ହୋଇଯାଇଥିଲା। ମା’ର ଅଭିଯୋଗ କ୍ରମେ ଏକ ମାସ ପରେ ପୁଲିସ ଝିଅକୁ ଉଦ୍ଧାର କରି ସାବତ ବାପାକୁ ଗିରଫ କରିଥିଲା। ପ‌ରେ ଅଭିଯୁକ୍ତ ବାପା ଜାମିନରେ ପଳେଇ ଆସିଥିଲା।

 

ସମ୍ବନ୍ଧିତ ଖବର