ବେଙ୍ଗାଲୁର: ଟ୍ରେନ୍ରେ ପ୍ରଥମ ଦେଖା, ତା ପରେ ବନ୍ଧୁୁତା। ପରେ ଏହି ବନ୍ଧୁତ୍ୱକୁ ସ୍ଥାୟୀ ରୂପ ଦେବା ପାଇଁ ବିବାହର ପ୍ରଲୋଭନ। ମାତ୍ର ବିବାହ ପୂର୍ବରୁ ସେହି ୨୫ ବର୍ଷୀୟା ବିବାହିତା ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଜଣେ ୨୬ ବର୍ଷୀୟ ବ୍ୟବସାୟୀ। ମହିଳା ଜଣକ ବିବାହିତ ବୋଲି ଜାଣି ମଧ୍ୟ ବ୍ୟବସାୟୀ ଜଣକ ନିଜକୁ ଅବିବାହିତ ଓ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶରୀରିକ ସମ୍ପର୍କ ରଖିଥିଲେ। ମାତ୍ର ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ବ୍ୟବସାୟୀ ଜଣକ ବିବାହ ନ କରିବାରୁ , ସନ୍ଦେହରେ ମହିଳାଜଣକ ତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ବିବାହିିତ ବୋଲି ଜାଣିଥିଲେ। କେବଳ ସେତିକି ନୁହେଁ, ସମ୍ପୃକ୍ତ ବବସାୟୀଙ୍କ ସମ୍ପର୍କୀୟମାନେ ମଧ୍ୟ ମହିଳାଙ୍କୁ ମାଡ଼ ମାରି ସେଠାରୁ ତଡ଼ି ଦେଇଥିଲେ। ଏ ନେଇ ମହିଳାଜଣକ ହାଭେରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲାକୁ କଟନପେଟ ଥାନାକୁ ହସ୍ତାନ୍ତର କରିଥିଲା। ପରେ ଦୁଷ୍କର୍ମ, ଠକେଇ ଓ ପ୍ରତାରଣା ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି ପୁଲିସ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ହେଉଛନ୍ତି ମାରି କୁମାର( ୨୬ ବର୍ଷ) ସେ ହାଭେରିର ବାସିନ୍ଦା ଓ ତାଙ୍କର ଗ୍ରସରି ସପ୍ଲାୟ ବ୍ୟବସାୟ ରହିଛି। ମାରି କୁମାର ହାଭେରିର କରଜାଗି ରେଲଓ୍ଵ ଷ୍ଟେସନରେ ପୀଡ଼ିତା ମହିଳାଙ୍କଚୁ ପଥମ ଭେଟିଥିଲେ। ମହିଳା ଜଣକ ବିଦ୍ୟାରଣ୍ୟପୁର ଅଞ୍ଚଳର ଓ ସେ ବିବାହତା। ତାଙ୍କର ଦୁଇଟି ପିଲା ଅଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ସବୁବେଳେ ତାଙ୍କର କଳି ଝଗଡ଼ା ଲାଗୁ ଥିବାରୁ ସେ ମାନସିକ ଅଶାନ୍ତିରେ ଥିଲେ। ସେହିପରି ଦିନେ ପାଟିଗୋଳ ଲାଗି ମହିଳା ଜଣକ ହାଭେରିରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇ ଆସିଥିବା ବେଳେ ମାରି କୁମାରଙ୍କୁ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ସହିତ ମୋବାଇଲ ଫୋନ୍ରେ ସେମାନଙ୍କ ସମ୍ପର୍କ ବଢ଼ିବଢ଼ି ଚାଲିଥିଲା। ଏହାର କିଛିଦିନ ପରେ ଅର୍ଥାତ ଗତ ଅକ୍ଟୋବର ୪ ତାରିଖ ଦିନ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ଗୁରୂୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଅଛି ବୋଲି ମାରି କୁମାର ଯୁବତୀଙ୍କୁ ଫୋନ କରି ଯଶୋବନ୍ତପୁର ରେଲେଓ୍ଵ ଷ୍ଟେସନକୁ ଡକାଇଥିଲେ। ପରେ ସେଠାରୁ ମାରିକୁମାର ଯୁବତୀଙ୍କୁ କଟନପେଟରେ ଥିବା ଏକ ଲଜ୍କୁୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ।ଏହାର କିଛିଦିନ ପରେ ବାରମ୍ବାର ମାରିକୁମାର ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ମାରିକୁମାର ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଟୁମୁକୁରୁ ଜିଲ୍ଲାରେ ଥିବା ଘରକୁ ନେଇ ମଧ୍ୟ ସେଠାରେ ଦୁଷ୍କର୍ମ କରିଛନ୍ତି। ଟୁମୁକୁରୁରେ ଦୁଇ ଦିନ ରହିବା ପରେ ଯୁବତୀ ଜଣକ ମାରିକୁମାରଙ୍କ ହାଭେରିସ୍ଥିତ ଠିକଣାରେ ଯାଇ ପହଞ୍ଚିଥିଲେ। ସେଠାରେ ମାରି କୁମାର ତାଙ୍କ ପତ୍ନୀ ଓ ପରିବାର ସହିତ ଥିବା ଜାଣିବା ପରେ ଯୁବତୀ ଜଣକ ଠକିଯାଇଥିବା ଅନୁଭବ କରିଥିଲେ। ଏପରିକି ମାରିକୁମାର, ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସେଠାରେ ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏ ନେଇ ଯୁବତୀ ଜଣକ ଅକ୍ଟୋବର ୩୦ ତାରିଖରେ ହାଭେରି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଘଟଣା କଟନପେଟ ଥାନା ଅଞ୍ଚଳରେ ଘଟିଥିବାରୁ ପୁଲିସ ମାମଲାକୁ କଠନ୍ପେଟ ଥାନାକୁ ହସ୍ତାନ୍ତର କରିଥିଲା। ପରେ ପୁଲିସ ଅଭିଯୁକ୍ତ ମାରି କୁମାରଙ୍କୁ ଗିରଫ କରିଛି।
ବିବାହର ପ୍ରଲୋଭନ ଦେଖାଇ ବିବାହିତା ମହଳାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
/sambad/media/post_attachments/wp-content/uploads/2017/11/Rape_New-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)