ମାଙ୍ଗଳିକ ଦୋଷ କାଟିବା ବାହାନାରେ ୪ ବର୍ଷ ଧରି ଝିଆରୀ ସହ ଦୁଷ୍କର୍ମ କରି ଦାଦି ଗିରଫ

ନୂଆଦିଲ୍ଲୀ: ମାଙ୍ଗଳିକ ଦୋଷ କାଟିବା ବାହାନାରେ ନିଜ ଝିଆରୀ ସହ ୪ ବର୍ଷରୁ ଊର୍ଦ୍ଧ୍ୱ କାଳ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଦିନ ପୁଲିସ କହିଛି।

୨୩ ବର୍ଷୀୟ ସେ ଯୁବତୀଙ୍କୁ ତା’ର ଦାଦି କହିଥିଲେ ଯେ ଯଦି ମାଙ୍ଗଳିକ ଦୋଷ ନ କଟେ ତେବେ ତା’ର ବାପା ମରିଯିବେ। ଏହି ଚାରି ବର୍ଷ ମଧ୍ୟରେ ଅଭିଯୁକ୍ତ ଦାଦି ଯୁବତୀଙ୍କ ସହ ନିୟମିତ ଦୁଷ୍କର୍ମ କରି ଚାଲିଥିଲେ।

ଝିଆରୀର ବିବାହ ପରେ ମଧ୍ୟ ସେ ଦାଦି ତାଙ୍କୁ ଡକାଇବାରୁ ହିଁ ସେ ନିଜ ଶ୍ୱଶୁରଙ୍କୁ ଏ କଥା ଜଣାଇବାକୁ ସ୍ଥିର କରିଥିଲା।
ଶଶୁର ଯୁବତୀ ବୋହୂଙ୍କୁ ଧରି ନରେଲା ଥାନାକୁ ଯାଇ ସେପ୍ଟେମ୍ବର ୧୨ ତାରିଖ ଦିନ ଏକ ଏତଲା ଦାଏର୍‌ କରିଥିଲେ।
ତତ୍ପର ପୁଲିସ ଅଭିଯୁକ୍ତ ଦାଦିଙ୍କୁ ସେହି ଦିନ ହିଁ ଗିରଫ କରି ହାଜତକୁ ନେଇଥିଲେ।

ଏହା ପରେ ପୀଡ଼ିତାଙ୍କୁ କାଉନ୍‌ସେଲିଙ୍ଗ୍‌ ଦେବାକୁ ପୁଲିସ ଦିଲ୍ଲୀ ମହିଳା କମିସନ୍‌ଙ୍କୁ ଫୋନ୍‌ କରିଥିଲେ।

ସମ୍ବନ୍ଧିତ ଖବର