୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖି ଆତ୍ମହତ୍ୟା କଲେ ପରିବା ବିକାଳି; ପରେ ଜଣାପଡ଼ିଲା ଏହା ଥିଲା ତ୍ରୁଟିଯୁକ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଭାରତନଗର ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ପରିବା ବିକାଳିଙ୍କୁ ଏପ୍ରିଲ ମାସ ଶେଷରେ ୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବାରୁ ଉପାୟ ଶୂନ୍ୟ ହୋଇ ଶେଷକୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଛନ୍ତି । ପରେ ବିଲ୍‌ଟି ଭୁଲ ଥିବାର ଜଣାପଡ଼ିଥିଲା କିନ୍ତୁ ସେତିକି ବେଳକୁ ବହୁ ଡ଼େରି ହୋଇ ଯାଇଥିଲା ।
ଘଟଣା ମୁତାବକ , ଭରତନଗର ଅଞ୍ଚଳରେ ରହୁଥିବା ୩୬ ବର୍ଷିୟ ଜଗନ୍ନାଥ ନେହେଜି ଶେଖ ଗୁରୁବାର ଦିନ ନିରୁପାୟ ହୋଇ ନିଜକୁ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କାରଣ ତାଙ୍କର ଗତ ମାସର ବିଦ୍ୟୁତ୍‌ ବିଲ ଭୁଲ ବଶତଃ ୮.୬୪ଲକ୍ଷ ଆସିଯାଇଥିଲା । ଏଥିପାଇଁ ବାରମ୍ବାର ମହାରାଷ୍ଟ୍ର ଷ୍ଟେଟ ଇଲେଷ୍ଟ୍ରିସିଟି ଡ଼ିସଟ୍ରିବ୍ୟୁସନ୍‌ କମ୍ପାନୀ(ଏମଏସଇଡ଼ିସିଏଲ)କୁ ଦୌଡ଼ିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହାୟତା ମିଳିନଥିଲା । ଶେଖଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ବିଦ୍ୟୁତ୍‌ କାର୍ଯ୍ୟାଳୟ ଯାଇ ଅନୁରୋଧ କରିବା ପରେ ସଂପୂର୍ଣ୍ଣ ଘଟଣା ସମ୍ନାକୁ ଆସିଥିଲା। ପ୍ରକୃତରେ କୌଣସି ଯାନ୍ତ୍ରିକ ତୃଟି ଯୋଗୁଁ ତାଙ୍କର ୬,୧୧୭ ୟୁନିଟ ସ୍ଥାନରେ ୬୧,୧୭୮ ୟୁନିଟ ବିଦ୍ୟୁତ୍‌ ହୋଇଯାଇଥିଲା । ଯାହା ଫଳରେ ୨,୮୦୩ ଟଙ୍କା ବିଲ୍‌ ସ୍ଥାନରେ ୮.୬୪ଲକ୍ଷ ଟଙ୍କା ବିଲ୍‌ ଆସିଥିଲା ।

patrika.com

ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନି ବିରୋଧରେ ପୁନ୍ଧିଲିକ୍‌ନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଏହା ସହ ଘଟଣା ସ୍ଥଳରେ ଏକ ଆତ୍ମହତ୍ୟା ଚିଠି ଠାବ କରାଯାଇଥିଲା । ଯେଉଁଥିରେ ଲେଖା ହୋଇଥିଲା, ଅତ୍ୟଧିକ ମାତ୍ରାର ବିଦ୍ୟୁତ୍‌ ବିଲ୍‌ ପାଇଁ ସେ ଏହିପରି ନିର୍ଣ୍ଣୟ ନେଇଛନ୍ତି । ପ୍ରତ୍ୟେକ ମାସରେ ୧୦୦୦ ଟଙ୍କା ବିଲ୍‌ ଦେଉଥିବା ବ୍ୟକ୍ତିର ଏପରି ବିଲ୍‌ ଆସିବା ଅସମ୍ଭବ କଥା ।

ସମ୍ବନ୍ଧିତ ଖବର