ହାଇଦ୍ରାବାଦ: ସବୁଦିନ ବିଳମ୍ବରେ ଘରକୁ ଫେରୁଥିବାରୁ ଗାଳି ଶୁଣୁଥିବା ଜଣେ ଝିଅ ଗୋଟାଏ ଭଙ୍ଗା ବୋତଲ ଭୁସି ତା’ର ବାପାଙ୍କୁ ହତ୍ୟା କରିଥିବା କଥା ପୁଲିସ କହିଛି।

Advertisment

ପୁଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଦିନ ରାତି ୧୧ଟାରେ ଘଟିଥିବା ଏହି ଘଟଣାରେ ହାଇଦ୍ରାବାଦର ଅମ୍ବେର୍‌ପେଟ୍‌ ଅଞ୍ଚଳର ଜଣେ ୪୫ ବର୍ଷିୟ ଶ୍ରମିକ (୨୦ ବର୍ଷରୁ ଅଧିକ ବୟସ୍କ ଝିଅର ବାପ) ମୃତ୍ୟୁବରଣ କରିଛନ୍ତି।

ପୁଲିସ କହିଛି, ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ଜଗଦୀଶ ନାମକ ଉକ୍ତ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଗୋଟାଏ ଷ୍ଟୋର୍‌ରେ ‘ସେଲ୍‌ସ୍‌ପର୍ସନ୍‌’ ଭାବେ କାର୍ଯ୍ୟ କରୁଥିବା ତାଙ୍କ ଝିଅ ନିକିତାଙ୍କୁ ହାଜତକୁ ନିଆଯାଇଛି। ଶନିବାର ଦିନ ନିଶାସକ୍ତ ଅବସ୍ଥାରେ ଥିବା ଜଗଦୀଶ ତାଙ୍କ ଝିଅକୁ ଗାଳି ଦେଇଥିଲେ। ଝିଅ ନିକିତା ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ନିକିତା ଗୋଟାଏ ଭଙ୍ଗା ବୋତଲ ଉଠାଇ ଆଣି ବାପା ଜଗଦୀଶଙ୍କୁ ଭୁସି ଦେଲା। ପଡ଼ୋଶୀମାନେ ଜଗଦୀଶଙ୍କୁ ସରକାରୀ ଡାକ୍ତରଖାନା ଓସ୍‌ମାନିଆ ଜେନେରାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ।

publive-image Image Courtesy of Daily Post Nigeria

ନିକିତା ଅଭିଯୋଗ କରିଛନ୍ତି ଯେ, ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ବାପା ତାଙ୍କୁ ସବୁବେଳେ ହଇରାଣ କରନ୍ତି।

ପୁଲିସ କହିଛି, ବିଳମ୍ବରେ ଆସିଥିବାରୁ ଜଗଦୀଶ ବଡ଼ ପାଟିରେ ନିକିତାଙ୍କୁ ଗାଳି ଦେଇଥିଲେ। ବିଳମ୍ବର କାରଣ ବିଷୟରେ କହିଲେ ମଧ୍ୟ ସେ ନ ଶୁଣିବାରୁ ରାଗରେ ନିକିତା ତାଙ୍କୁ ଆକ୍ରମଣ କରିଥିଲେ।

‘ଆଇପିସି’ ଧାରା ୩୦୨ (ନରହତ୍ୟା) ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।