ପାକିସ୍ତାନରେ ଭାଇ ବୋହୂକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ଜିଅନ୍ତା ଜାଳିଲା ଭାଇ

ଇସ୍‌ଲାମାବାଦ୍‌ : ପାକିସ୍ତାନର ଓକାରାରେ ଥିବା ଫଜାଓ୍ଵାଲା ଗାଁରେ ଜଣେ ଭାଇ ଆଉ ଜଣେ ଭାଇକୁ ଜିଅନ୍ତା ଜାଳି ଦେଇଥିବା ଜଣା ପଡ଼ିଛି । ପୀଡ଼ିତ ଯୁବକ ନିଜ ଭାଇ ବୋହୂକୁ ଚାପୁଡ଼ା ମାରିଥିବାରୁ ରାଗରେ ତାଙ୍କ ଭାଇ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି । ଶନିବାର ଏହି ଘଟଣା ଘଟିଥିବା ବେଳେ ମୃତକଙ୍କ ନାଁ ଅଫ୍‌ଜଲ ବୋଲି ଜଣା ପଡ଼ିଛି । ଅଭିଯୁକ୍ତର ପରିବାର ଲୋକେ ଏହାକୁ ଆତ୍ମହତ୍ୟାର ନାଁ ଦେଇଥିବା ବେଳେ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

dailymail.co.uk

ଅଫ୍‌ଜଲଙ୍କ ବାପାଙ୍କ କହିବା ଅନୁଯାୟୀ, ଅଫ୍‌ଜଲ ଓ ତା’ର ସଂପର୍କୀୟ ଭାଇ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ମଧ୍ୟରେ ଅଫ୍‌ଜଲର ଭାଇ ବୋହୂ ପାଟି ଫିଟାଇବାରୁ ରାଗରେ ଅଫ୍‌ଜଲ ତାଙ୍କୁ ଚାପୁଡ଼ା ମାରି ସେଠାରୁ ଚାଲି ଆସିଥିଲେ । ଏହା ପରେ ଅଫ୍‌ଜଲଙ୍କ ସଂପର୍କୀୟ ଭାଇ କିରୋସିନ ଧରି ତାଙ୍କ ଘରେ ପହଞ୍ଚିଥିଲେ । କେହି କିଛି କହିବା ପୂର୍ବରୁ ଅଫ୍‌ଜଲଙ୍କ ଉପରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ ତାଙ୍କ ଭାଇ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଫ୍‌ଜଲଙ୍କ ବାପାଙ୍କ ବୟାନ ନେବା ପରେ ପ୍ରକୃତ ସତ କ’ଣ ତାହା ପୁଲିସ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର