ଚାକିରି ଦେବା ବାହାନାରେ ଡ଼ାକି ଦେଖାଇଲେ ପର୍ଣ୍ଣ ଫିଲ୍ମ, ତା’ ପରେ…

ଭୋପାଲ : ମଧ୍ୟପ୍ରଦେଶର ଭୋପାଲରେ ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଜଣେ ଯୁବତୀଙ୍କୁ ଚାକିରି ପାଇଁ ଡ଼ାକି ପ୍ଲେସ୍‌ମେଣ୍ଟ ଏଜେନ୍ସି ପର୍ଣ୍ଣ ଭିଡ଼ିଓ ଦେଖାଇଥିଲା । ଏହା କ’ଣ ପାଇଁ ମୋତେ ଦେଖାଉଛ ବୋଲି ଯୁବତୀ ପ୍ରଶ୍ନ କରିବା ପରେ ଏହି କାମ ତୁମେ କରିବ ବୋଲି କୁହାଯାଇଥିଲା । ଯାହା ପରେ ଯୁବତୀ ସେଠାରୁ ଖସି ଆସି ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଗ୍ରହଣ କରି ପର୍ଣ୍ଣ ଫିଲ୍ମ ଦେଖାଇଥିବା ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି ।

Medical Daily

ପୁଲିସରେ ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ,ଚାକିରି ଦରକାର ହେବାରୁ ପୀଡ଼ିତା ଏକ ଘରୋଇ ପ୍ଲେସ୍‌ମେଣ୍ଟ ଏଜେନି୍ସ ସହ ସଂପର୍କ କରିଥିଲେ । ପୀଡ଼ିତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣି ତାଙ୍କୁ ଅଫିସକୁ ଡ଼କାଯିବା ସହ ଏଜେନ୍ସିର ନିର୍ଦ୍ଦେଶକ ରୁଦ୍ର ପ୍ରତାପଙ୍କୁ ଭେଟିବା ପାଇଁ କୁହାଯାଇଥିଲା । ରୁଦ୍ର ପ୍ରତାପଙ୍କୁ ଦେଖା କରିବା ପରେ ପୀଡ଼ିତାଙ୍କର ଇଣ୍ଟରଭିୟୁ ନିଆଯାଇ ତାଙ୍କୁ ଚାକିରି ପାଇଁ ବାଛିଥିଲେ ରୁଦ୍ର ପ୍ରତାପ । ବୁଧବାର ପୀଡ଼ିତା ଅଫିସରେ କାମ କରିବା ପାଇଁ ପହଞ୍ଚିବା ପରେ ରୁଦ୍ର ତାଙ୍କୁ କାମ ବୁଝାଇବା ପାଇଁ କହି ପର୍ଣ୍ଣ ଭିଡ଼ିଓ ଚଳାଇଥିଲେ । ଯାହାକୁ ଦେଖି ପୀଡ଼ିତା ଆଶ୍ଚର୍ଯ୍ୟ ହେବା ସହ ଏହାର କାରଣ ପଚାରିବାରୁ ଆଜିଠାରୁ ତୁମେ ଭିଡ଼ିଓରେ ଦେଖୁଥିବା କାମ କରିବ ବୋଲି ରୁଦ୍ର ପୀଡ଼ିତାଙ୍କୁ କହିଥିଲେ । ଚାକିରି କରିବାକୁ ହେଲେ ତୁମକୁ ମୋ ସହ ଶରୀରିକ ସଂପର୍କ ରଖିବାକୁ ହେବ ବୋଲି ରୁଦ୍ର କହିବା ପରେ ପୀଡ଼ିତା ସେଠାରୁ ଆସି ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର