ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ଘର ମାଲିକଙ୍କ ସହିତ ଯାହା ଘଟିଛି, ତାହାର ଦୃଶ୍ୟକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ମାଲିକଙ୍କ ଘରେ ଜଣେ ଯୁବକ କିଛିଦିନ ଭଡ଼ା ରହିବା ପରେ ଛାଡ଼ି ଦେଇଥିଲେ। ଘର ମାଲିକ ଯେତେବେଳେ ଉକ୍ତ କଠୋରୀ ଭିତରେ ପ୍ରବେଶ କରିଥିଲେ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଛିଡ଼ା ହୋଇ ଯାଇଥିଲେ। ଆଉ ନିଜକୁ ନିଜ ପ୍ରଶ୍ନ କରିଥିଲେ, ଏମିତି ପରିବେଶରେ ବି ମଣିଷ ବାସବାସ କରି ପାରେ?

Advertisment

ଏହାପରେ ଘର ମାଲିକ ଉକ୍ତ କଠୋରୀର କିଛି ଫଟୋ ଉଠାଇଥିଲେ। ଆଉ ସେହି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁଦେଖୁ ଫଟୋଗୁଡ଼ିକ ଭାଇରାଲ ହୋଇଯାଇଥିଲା।

ଘର ମାଲିକ ପୋଷ୍ଟ କରିଥିବା ଫଟୋରେ ଦେଖିବାକୁ ମିଳୁଛି, ଘରସାରା ମଦ ବୋତଲ ପଡ଼ି ରହିଛି। ରୋଷେଇ ଘର ଆବର୍ଜନାରେ ଭର୍ତ୍ତି ରହିଛି। ଘରସାରା ଅସରପାଙ୍କ ଆଡ୍ଡା ଜମିଛି।

ଏହି ଘଟଣାକୁ ନେଇ ଘର ମାଲିକ କହନ୍ତି, ‘ଜଣେ ଯୁବକଙ୍କୁ ମୁଁ ଏହି କୋଠରି ଭଡ଼ାରେ ଦେଇଥିଲି। ସେ ୨ରୁ ୩ମାସ ଏଠାରେ ରହିବା ପରେ କେଉଁଆଡେ ଚାଲି ଯାଇଥିଲେ। କିଛିଦିନ ପରେ ଫୋନ କରି କହିଥିଲେ ସେ ଘର ଛାଡ଼ି ଦେଇଛନ୍ତି ଆଉ ତାଙ୍କ ସିକ୍ୟୁରିଟି ଡିପୋଜିଟ ପାଇଁ ଯେତିକି ଟଙ୍କା ଦେଇଥିଲେ ତାହାକୁ ଫେରସ୍ତ କରି ଦିଅନ୍ତୁ। ତେବେ ଉକ୍ତ ଯୁବକ ଏହି କୋଠରିରେ ରହିବା ଦିନଠାରୁ ମୁଁ ଭିତରକୁ ପ୍ରବେଶ କରି ନଥିଲି। ଯେତେବେଳେ ଯାହା ଆବଶ୍ୟକ ଥାଏ ବାହାରୁ କଥା ହୋଇଚାଲି ଯାଇଥାଏ। ସେ ଘର ଛାଡ଼ି ଯିବା ପରେ ଏମିତି ଅଳିଆ ଆବର୍ଜନା ପଡ଼ିଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।’