ବେଙ୍ଗାଲୁର: ଯୁବକ ଅବସ୍ଥାରେ ପତ୍ନୀଙ୍କ ସହିତ ମନେମାଳିନ୍ୟ ଯୋଗୁ ବସପ୍ପା ନାମକ ଜଣେ ସ୍କୁଲ ଶିକ୍ଷକ ଛାଡ଼ପତ୍ର ଚାହୁଁଥିଲେ। ହେଲେ ଦୀର୍ଘ ୨୦ ବର୍ଷ ହେଲା ଏହି ଛାଡ଼ପତ୍ର ମାମଲାର ସମାଧାନ ହୋଇ ପାରିଲା ନାହିଁ। ପତ୍ନୀ ଛାଡ଼ପତ୍ର ପାଇଁ ରାଜି ନ ହେବାରୁ ବୃଦ୍ଧ ବୟସରେ ଏହି ଶିକ୍ଷକ ଜଣକ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2018/12/Murder_Graphic_2-1-300x176.jpg)
ପୁଲିସ ସୂତ୍ରରୁ ପ୍ରକାଶ ଯେ ବସପ୍ପା ଓ ଯମୁନା ପରସ୍ପରକୁ ପ୍ରାୟ ୩୦ ବର୍ଷ ତଳେ ବିବାହ କରିଥିଳେ। ସେମାନେ ଭଲରେ ମାତ୍ର ୫ ବର୍ଷ ଚଳିଥିଲେ। ପରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ସେମାନେ ଦୀଘ କେତେ ବର୍ଷ ଧରି ଅଲଗା ରହୁଥିଲେ। ଯମୁନା ବସପ୍ପାଙ୍କ ଠାରୁ ଭରଣପୋଷଣ ଦାବି କରୁଥିବା ବେଳେ ବସପ୍ପା ତାଙ୍କ ଠାରୁୁ ଛାଡ଼ପତ୍ର ଚାହୁଁଥିଲେ। କିନ୍ତୁ ବସପ୍ପା ଭରଣ ପୋଷଣ ଦେଉନ ଥିଲେ କିମ୍ବା ଯମୁନା ତାଙ୍କୁ ଛାଡ଼ପତ୍ର ଦେଉ ନ ଥିଲେ। ବିଶେଷ କରି ଯମୁନାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିବା ବସପ୍ପା ଅଭିଯୋଗ କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା।ଏଥିପାଇଁ ୧୯୯୮ ମସିହାରେ ବସପ୍ପା ଯମୁନାଙ୍କ ଠାରୁ ଛାଡ଼ପତ୍ର ଚାହିଁଥିଲେ। ମାତ୍ର ଯମୁନା ଏଥିରେ ରାଜି ନ ଥିଲେ।
/sambad/media/post_attachments/wp-content/uploads/2018/12/Murder_Graphic-2-300x225.jpg)
ଏଥିପାଇଁ ଗତ ସୋମବାର ରାତିରେ ବସପ୍ପା ଯମୁନାଙ୍କ ଘରେ ପହଞ୍ଚିଥଲେ। ସାଙ୍ଗରେ ଏକ ଦେଶୀ ବନ୍ଧୁକ ନେଇ ସେଥିରେ ଗୁଳି ଭର୍ତ୍ତି କରି ଯମୁନାଙ୍କ ଉପରକୁ ୫ଟି ଗୁଳି ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଯମୁନାଙ୍କର ମୃତ୍ୟୁ ଘଟିଥିଲା। ତାପରେ ବସପ୍ପା ବନ୍ଧୁକ ସହିତ ସକରୟପଟନା ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ଏପରିକି ବସପ୍ପା ପତ୍ନୀଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ଶଳା ଓ ପୁତୁରାଙ୍କୁ ମଧ୍ୟ ଆକ୍ରମଣ କରଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବସପ୍ପା ଓ ମୃତ ଯମୁନାଙ୍କର ଦୁଇଟି ପୁଅ ଅଛନ୍ତି ।ଜଣେ ଶିକ୍ଷକଭାବେ ଓ ଅନ୍ୟ ଜଣେ ରାଜ୍ୟ ପରିବହନ ବିଭାଗରେ ଚାକିରି କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Husband-Kills-Wife_27.12.18_Thumbnail.jpg)