ବିମାନର ଚକାରେ ବସି ଦୁଇଘଣ୍ଟାରୁ ଅଧିକ ସମୟ ଯାତ୍ରା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ କ’ଣ ହେଲା ତା’ପରେ….

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ବିମାନ ଲ୍ୟାଣ୍ଡିଂ ଗିୟର ପାଖ‌ରେ ବସି ଯାତ୍ରା କରିଥିବାର ଘଟଣା ସାମ୍ନାକୁ ଆସିଛି। ବିମାନରେ ପାଖାପାଖି ଦୁଇଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପବନରେ ମୃତ୍ୟୁ  ସହ ଯାତ୍ରା କରିଛନ୍ତି ଏହି ଯୁବକ।

ବିମାନଟି ଲ୍ୟାଣ୍ଡିଂ ସମୟରେ ଜଣେ କର୍ମଚାରୀ ଏହି ବ୍ୟକ୍ତିଙ୍କୁ ଲ୍ୟାଣ୍ଡିଂ ଗିୟର ପାଖରେ ବସିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିିଆଯାଇଥିଲା। ଯୁବକ ଜଣଙ୍କୁ ଉଦ୍ଧାର କରିବା ସମୟରେ ସେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ଚିକିତ୍ସା ପରେ ଉକ୍ତ ଯୁବକ ଜଣକ ଏବେ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏକ ଆମେରିକୀୟ ବିମାନ ଗୁଆଟେମାଲା ଠାରୁ ମିଆମି ଅଭିମୁଖେ ଯାତ୍ରା କରିଥିଲା । ବିମାନରେ ଯାତ୍ରୀ ବସିଥିବା ବେଳେ ବିମାନ ଚକାରେ ଜଣେ ବ୍ୟକ୍ତି ଝୁଲି ରହିଥିଲେ । ଗୁଆଟେମାଲା ଠାରୁ ମିଆମିରେ ପହଞ୍ଚିବା ପାଇଁ ବିମାନଟି ପ୍ରାୟ ଦୁଇ ଘଣ୍ଟା ୩୦ ମିନିଟ୍ ସମୟ ଲାଗିଥିଲା । ସେପର୍ଯ୍ୟନ୍ତ ଏହି ବ୍ୟକ୍ତି ୩୩,୦୦୦ ଫୁଟ ଉଚ୍ଚତାରେ ଲ୍ୟାଣ୍ଡିଂ ଗିୟର ନିକଟରେ ବସି ରହିଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ସମ୍ବନ୍ଧିତ ଖବର