ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜ‌ଣେ ବୃଦ୍ଧ ବ୍ୟକ୍ତିଙ୍କୁ ରେଳ ଧାରଣାରେ ଶୋଇଥିବା ଦେଖିବାକୁ ମିଳୁଛି। 

Advertisment

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଧାରଣାରେ ଟ୍ରେନ ଆସୁଥିବା ବେଳେ ଜଣେ ବୃଦ୍ଧ ଛତା ଧରି ନିଘୋଡ ନିଦ୍ରାରେ ଶୋଇପଡ଼ିଛନ୍ତି। ବୃଦ୍ଧଙ୍କୁ ମୃତ ଭାବି ଲୋକୋପାଇଲଟ ଜଣକ ବାଧ୍ୟ ହୋଇ ଟ୍ରେନକୁ ଅଟକାଇ ତଳକୁ ଓହ୍ଲାଇ ବୃଦ୍ଧଙ୍କ ନିକଟକୁ ଆସିଥିଲେ।

ପାଖକୁ ଆସି ଦେଖିବା ପରେ ଲୋକୋପାଇଲଟ ଜଣକ ଜାଣିପାରିଲେ ଯେ ବୃଦ୍ଧ ଜୀବିତ ଅଛନ୍ତି। ତେଣୁ ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୃଦ୍ଧ ଜଣକ ଏତେ ନିଦରେ ଶୋଇଥିଲେ ଯେ ‌ସେ ଲୋକୋପାଇଲଟଙ୍କ କୌଣସି କଥା ଶୁଣି ପାରି ନଥି‌ଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାପରେ ଲୋକମାନେ ବୃଦ୍ଧଙ୍କୁ ଧାରଣାରେ ଏଭଳି ଶୋଇଥିବା ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।