ମାଆର ତଣ୍ଟିକାଟି ଶବ ପାଖରେ ୭ ଘଣ୍ଟା ବସି ରହିଲା ପୁଅ

ମୁମ୍ବାଇ: ୮୦ ବର୍ଷୀୟ ମାଆଙ୍କୁ ହତ୍ୟା କରିବା ପରେ ବୋରିଓ୍ଵିଲି ବାସିନ୍ଦା ୫୩ ବର୍ଷିୟ ଯୋଗେଶ ଶେନୋୟ ତାଙ୍କ ଶବ ନିକଟରେ ସାତ ଘଣ୍ଟାରୁ ଅଧିକ ସମୟ ବସି ରହିବା ପରେ ଗୁରୁବାର ସକାଳେ ଥାନାକୁ ଯାଇ ଆତ୍ମସର୍ପଣ କରିଛନ୍ତି।

ଆର୍ଥିକ ଚାପ ଏବଂ ମାଆଙ୍କ ତତ୍ତ୍ୱ ନେଉଥିବା କାରଣରୁ ଶେନୋୟ ତାଙ୍କୁ ହତ୍ୟା କରିଥିବା କଥା ପୁଲିସ ବିଶ୍ୱାସ କରୁଛି। ପୁଲିସ କହେ: ମାଆ ସହ ସବୁବେଳେ ଝଗଡ଼ାଝାଟି ଏବଂ ତାଙ୍କ ଲାଗି ଡାକ୍ତରୀ ଫିଜ୍‌ ଦେବା ନିମନ୍ତେ ଆର୍ଥିକ ଅସୁବିଧା ହିଁ ହତ୍ୟାର କାରଣ।

ମାଆଙ୍କ ଲଳିତାର ତତ୍ତ୍ୱ ନେବା ପାଇଁ ୨ ମାସ ତଳେ ଶେନୋୟ ଏକ ହୋଟେଲ୍‌ରେ କରୁଥିବା ଆକାଉଣ୍ଟାଣ୍ଟ୍‌ ଚାକିରି ଛାଡ଼ି ଦେଇଥିଲେ। ୮୦ ବର୍ଷୀୟ ମାଆ ରକ୍ତଚାପ ଓ ସ୍ପୋଣ୍ଡାଇଲୋସିସ୍‌ ବେମାରିରେ ଆକ୍ରାନ୍ତ ହୋଇଥିଲେ। ଶେନୋୟଙ୍କର ବାପା ଓ ଭାଇ ଅଳ୍ପ କେତେ ବର୍ଷ ହେବ ମରି ଯାଇଥିଲେ। ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ମାଆ ଓ ପୁଅ ପରସ୍ପର ପ୍ରତି ଆନୁଗତ୍ୟ ଥିଲେ ବୋଲି ପଡ଼ିଶାମାନେ କହୁଛନ୍ତି।

ଆର୍ଥିକ ଅଭାବ କାରଣରୁ ସେ ଗତ ଦୁଇ ବର୍ଷ ହେବ ଘରଭଡ଼ା ଦେଇ ପାରି ନ ଥିବା କଥା ପୁଲିସ ଜାଣିପାରିଛି। ସେ ଲଳିତାଙ୍କ ଔଷଧ ଖର୍ଚ୍ଚ ତୁଲାଇବାକୁ ବି ସମର୍ଥ ନ ଥିଲେ।

ଗୁରୁବାର ରାତି ଦୁଇଟା ବେଳେ ଥାନାକୁ ଆସି ଶେନୋୟ କହିଥିଲେ କି, ମାରିବା ଆଶାରେ ସେ ମାଆଙ୍କୁ ମାତ୍ରାଧିକ ପାନ ନିଦ ବଟିକା ଦେଇ ଦେଇଥିଲେ। ତା’ପରେ ସେ ତାଙ୍କୁ ତକିଆ ପକାଇ ଶ୍ୱାସରୁଦ୍ଧ କରିବାକୁ ଚେଷ୍ଟା କଲା। କିନ୍ତୁ ଦୁଇ ଦୁଇଟା ଉଦ୍ୟମ ପରେ ବି ଲଳିତା ବଞ୍ଚିଗଲେ। ପରେ ଶେନୋୟ ଏକ କାଗଜ କଟା ଛୁରିରେ ତାଙ୍କର ଗଳା କାଟି ପକାଇଥିଲେ।

ସମ୍ବନ୍ଧିତ ଖବର