ପ୍ରେମ ଆଗରେ ହାର୍ ମାନିଲା ରକ୍ତ ସଂପର୍କ: ‌ପ୍ରେମିକା ସହ ବିବାହ କରାଇବାକୁ ମନା କରିବାରୁ ନିର୍ମମ ଭାବେ ମା’କୁ ହତ୍ୟା କଲା ପୁଅ

ଆଗ୍ରା: ଯେତେବେଳେ ମଣିଷ କେବଳ ନିଜ ବିଷୟରେ ଭାବିବା ଆରମ୍ଭ କରିଥାଏ ସେତେବେଳେ ସମ୍ପର୍କର ମୂଲ୍ୟ ଏବଂ ପବିତ୍ରତା ଦୁର୍ବଳ ହୋଇଯାଇଥାଏ। ଯାହାର ଏକ ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ। ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିବା ଏବଂ ତାକୁ ବିବାହ କରିବାର ସ୍ବପ୍ନ ଦେଖିବାରେ କୌଣସି ଭୁଲ ନାହିଁ। ହେଲେ ନିଜର ସେହି ସ୍ବପ୍ନ ପୂରଣ କରିବା ପାଇଁ ନିଜର ରକ୍ତ ସଂପର୍କକୁ ଭୁଲି ଯିବା କ‌େତେ ଦୂର ଠିକ୍। ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜଣେ ଯୁବକ ନିଜ ପ୍ରେମିକା ପାଇଁ ନିଜ ମା’କୁ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Image result for arrest
Telegraph India

ଘଟଣା ପରେ ପୁଲିସ ବର୍ତ୍ତମାନ ଅଭିଯୁକ୍ତ ଶିବାମ ଶର୍ମା ଏବଂ ତାଙ୍କ ପ୍ରେମିକା ରାଣୀକୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ଆଇପିସି ଧାରା ୩୦୨(ହତ୍ୟା) ଅନୁଯାୟୀ ଏହି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପୁଲିସର କହିବା ମୁତାବକ, ମାର୍ଚ୍ଚ ୬ରେ ଅଭିଯୁକ୍ତ ପୁଅ ତକିଆରେ ନିଜ ମା’ଙ୍କ ମୁହଁ ଚିପି ତାଙ୍କୁ ହତ୍ୟା କରିଥିଲେ। ଷ୍ଟେସନ ହାଉସ ଅଫିସର ଜଗଦୀପୁରା ରାଜେଶ କୁମାର କହିଛନ୍ତି ଯେ, ପ୍ରେମୀଯୁଗଳ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଅଭିଯୁକ୍ତ ଶିବାମର ମା’ ଏହାକୁ ବିରୋଧ କରୁଥିଲେ। ଏହା ପରେ ମାର୍ଚ୍ଚ ୬ରେ ପୀଡ଼ିତା ଶିବାମଙ୍କୁ ଘରୁ ଅଳଙ୍କାର ଚୋରି କରି ଖସି ପଳାଉଥିବା ବେଳେ ଧରିନେଇଥିଲେ। କିନ୍ତୁ ପୁଲିସକୁ ଡ଼ାକିବାକୁ ଧମକ ଦେବାରୁ ଅଭିଯୁକ୍ତ ପୁଅ ଓ ତା’ର ପ୍ରେମିକା ପୀଡ଼ିତାଙ୍କ ମୁହଁରେ ତକିଆ ଚାପି ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର