କୋଲକାତା : ୧୮ଦିନ ପର୍ଯ୍ୟନ୍ତ ବନ୍ଦ ଘରେ ମା’ର ମୃତଦେହ ପାଖରେ ବସି ରହିଥିଲା ପୁଅ

କୋଲକାତା : କୋଲକାତାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୃତ୍ୟୁ ପରେ ମା’ଙ୍କ ଅନ୍ତିମସଂସ୍କାର କରିବା ପରିବର୍ତ୍ତେ ୧୮ଦିନ ପର୍ଯ୍ୟନ୍ତ ମରଶରୀର ପାଖରେ ପୁଅ ବସି ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୮ଦିନ ପରେ ଶରୀରଟି ସଢ଼ିବା ଆରମ୍ଭ ହେବାରୁ ଏହାର ଦୁର୍ଗନ୍ଧ ବାହାରକୁ ଆସିଥିଲା ।ଫଳରେ ସନ୍ଦେହରେ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି କବାଟ ଭାଙ୍ଗିବା ପରେ ଯୁବକ ମା’ର ସଢ଼ି ଯାଇଥିବା ଶବ ପାଖରେ ବସି ରହିଥିବା ଦେଖା ଯାଇଥିଲା ।

India TV

ସୂଚନା ମୁତାବକ, କିଛି ବର୍ଷ ତଳେ ମୈତ୍ରେୟ ଭଟ୍ଟାଚାର୍ଯ୍ୟଙ୍କ ବାପା ମୃତ୍ୟୁବରଣ କରିବା ପରେ ତାଙ୍କ ମା’ କ୍ରିଷ୍ଣାଙ୍କ ଦେହ ଖରାପ ହେବାକୁ ଲାଗିଥିଲା । ମୈତ୍ରେୟ କୌଣସି କାମ କରୁ ନଥିବାରୁ ସେ ଏବଂ ତାଙ୍କ ମା’ ପେନସନ୍‌ ଟଙ୍କାରେ ବଞ୍ଚୁଥିଲେ । ଏହି ଘଟଣାକୁ ନେଇ ପୁଲିସ ମୈତ୍ରେୟଙ୍କୁ ପଚାରିବା ପରେ ଜାଣିବାକୁ ଫାଇଲା, ମା’ଙ୍କ ଦେହାନ୍ତ ସପ୍ତାହେ ପୂର୍ବରୁ ହୋଇ ସାରିଥିଲା । ମୈତ୍ରେୟ କହିଲେ, ଏ ଖବର ମୁଁ ମୋ ସବୁ ସଂପର୍କୀୟଙ୍କୁ ଦେଇଥିଲି । କିନ୍ତୁ କେହି ଆସି ନଥିଲେ । ମା’ ମୋତେ ମରିବା ପୂର୍ବରୁ ତାଙ୍କ ଶବକୁ ନ ପୋଡ଼ି ଘରେ ପୋତିବା କଥା କହିଥିଲେ । କେହି ନ ଆସିବାରୁ ମୁଁ ତାଙ୍କ ପାଖରେ ବସି ରହିଥିଲି । ତେବେ ମୈତ୍ରେୟଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ ପୁଲିସ ତାଙ୍କ ସଂପର୍କୀୟ ଏବଂ ପଡ଼ୋଶୀମାନଙ୍କୁ ଏ ନେଇ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି । ମୈତ୍ରେୟ ତାଙ୍କ ମା’ଙ୍କ ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା କଥା କହିଥିବା ବେଳେ ମୃତଦେହ ୧୭-୧୮ଦିନର ଜଣା ପଡ଼ୁଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର