ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ତନ୍ଦୁରି ରୁଟି ତିଆରି କରୁଥିବା ବେ‌ଳେ ଛେପ ପକାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ମହମ୍ମଦ ଇବ୍ରାହିମ(୪୦) ଓ ସାବି ଅନବର (୨୨)ଙ୍କୁ ଗିରଫ କରିଛି।

Advertisment

ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। କେହି ଜଣେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ କ୍ୟାପସନ ତଳେ ଅଞ୍ଚଳର ନାମ ଖ୍ୟାଲା ଲେଖିଥିଲେ।

तंदूरी रोटी पर थूक लगाता शख्स (फोटो- वायरल वीडियो ग्रैब) aajtak.in

ଭିଡିଓ ଭାଇରାଲ ହେବାପରେ ଦିଲ୍ଲୀ ପୁଲିସର ପଶ୍ଚିମ ଜିଲ୍ଲା ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଥିଲା। ଏହି ଯାଞ୍ଚରୁ ଜଣାପଡ଼ିଲା କି ପଶ୍ଚିମ ଦିଲ୍ଲୀ ଖ୍ୟାଲା ଅଞ୍ଚଳରେ ଥିବା ଚାନ୍ଦ ନାମକ ହୋଟେଲରେ ଏହି ଘଟଣା ଘଟିଛି। ହୋଟେଲ ମାଲିକର ନାମ ଅମୀର ବୋଲି ଜଣାପଡ଼ିଥିଲା।

ପୁଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୬୯,୨୭୦,୨୭୩ରେ ମାମଲା ରୁଜୁ କରିଥିଲା। ଗିରଫ ଅଭିଯୁକ୍ତ ଦୁଇଜଣଙ୍କ ନାମ ଇବ୍ରାହିମ ଓ ସାବି । ଦୁହେଁ ବିହାର କିସାନଗଞ୍ଜର ବାସିନ୍ଦା। ତେବେ ଭିଡିଓରେ ଧଳାରଙ୍ଗର ଯେଉଁ ବ୍ୟକ୍ତି ତନ୍ଦୁରି ରୁଟିରେ ଛେପ ପକାଇଉଥିବା ଦେଖିବାକୁ ମିଳୁଛି ତା’ ନାମ ଇବ୍ରାହିମ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦ ଓ ମେରଠରେ ତନ୍ଦୁରି ‌ରୁଟିରେ ଛେପ ପକାଇବା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।