ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଖାନପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିଶୁର ଜୀବନ ବଞ୍ଚାଇଥିବା ଯୁବକକୁ ୫୦ଥର ଛୁରାମାଡର ଶିକାର ହେବାକୁ ପଡ଼ିଛି। ଏହି ସମସ୍ତ ଘଟଣା  ସିସିଟିଭିରେ କୈଦ୍‌ ହୋଇଥିଲା।

Advertisment

publive-image

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଅପରାହ୍ନରେ ଆଶିଷ ନାମକ ଜଣେ ଯୁବକ ଜିମ୍‌ରୁ ସ୍କୁଟି ଧରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଦୁଇଜଣ ଯୁବକ ଆଶିଷକୁ  ଅଟକାଇ ଥିଲେ ଏବଂ ସେମାନଙ୍କର ଅନ୍ୟସାଙ୍ଗମାନଙ୍କୁ ଖବର ଦେଇଥିଲେ।  ଏହାପରେ ଗୋଟିଏ ପରେ ଗୋଟିଏ ଏପରିକି ୧୦ଟି ବାଇକ୍‌ରେ  ପାଖାପାଖି ୨୦ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ଆଶିଷକୁ ଘେରି ପକାଇଥିଲେ। ତା’ପରେ ନିରାଶ୍ରୟ ଆଶିଷ ଉପରେ ଥରଥର କରି ୫୦ଥର ଛୁରାମାଡ କରିଥିଲେ।  କେବଳ ଏତିକି ନୁହେଁ ଲୁହା ରଡରେ ବି ତାଙ୍କୁ ପିଟିପିଟି ରକ୍ତାକ୍ତ କରି ରାସ୍ତାରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେହି ବାଟ ଦେଇ ଯାଉଥିବା କେତେଜଣ ବ୍ୟକ୍ତି ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେବା ପରେ  ଆଶିଷଙ୍କୁ  ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଡାକ୍ତର ଆଶିଷଙ୍କ ଶରୀରାବସ୍ଥା ଗମ୍ଭୀର ଅଛି ବୋଲି କହିଛନ୍ତି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଆଶିଷ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁଇଜଣ ଯୁବକ ଉପରେ ଜଣେ ପିଲା ପାଣି ଭର୍ତ୍ତି ଏକ ବେଲୁନ୍‌ ମାରିଥିଲା। ଏହାପରେ ଏହି ଦୁଇଜଣ ଯୁବକ ଉକ୍ତ ପିଲାକୁ ମାଡ ମାରିଥିଲେ। ସେମାନଙ୍କଠାରୁ ଆଶିଷ ଉକ୍ତ ପିଲାକୁ ବଞ୍ଚାଇଥିଲା। ଫଳରେ ସେହି ଦୁଇଜଣ ଯୁକବ ଆଶିଷ କିଛି ଭଲ କରି ନାହିଁ ବୋଲି କହି ସେଠାରୁ ଚାଲି ଯାଇଥିଲେ ଏବଂ ପରେ ଅନ୍ୟ ସାଥୀମାନଙ୍କ ସହ ଆସି ଆଶିଷ ଉପରକୁ ଆକ୍ରମଣ କରି ତାକୁ ଲହୁଲୁହାଣ କରିଥିଲେ।