ବ୍ୟବସାୟ ନଷ୍ଟ କରିବା ପାଇଁ ୧.୪୧ଲକ୍ଷ ଅଣ୍ଡା ଥିବା ଟ୍ରକ୍‌ ଧରି ପଳାଇ ଗିରଫ ହେଲେ ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟୀ

ଥାନେ: ଥାନେର ଜଣେ ବ୍ୟକ୍ତି ନିଜ ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟୀଙ୍କ ବେପାର ନଷ୍ଟ କରିବା ପାଇଁ ୧.୪୧ଲକ୍ଷ  ଅଣ୍ଡା ଥିବା ଏକ ଟ୍ରକ୍‌ ଧରି ପଳାଇବା ଅଭିଯୋଗରେ ଥାନେ କ୍ରାଇମ୍‌ବ୍ରାଞ୍ଚ୍‌ ଉକ୍ତ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଜଣକ ସଦତ ବୋଲି ଜାଣିବାକୁ ମିଳିଛି। ସଦତଙ୍କୁ ଅନ୍ୟ ଜଣେ ବ୍ୟକ୍ତିର କ୍ଷତି ଘଟାଇଥିବା ଅଭିଯୋଗରେ ଭିଓ୍ଵାଣ୍ଡିଠାରୁ ଗିରଫ କରାଯାଇଛି। ପୁଲିସ୍‌ ସଦତଙ୍କ ପାଖରୁ ୧,୧୬,୦୦୦ ଅଣ୍ଡା ଜବତ କରିଛି। ସତଦଙ୍କୁ ଏହା କାର୍ଯ୍ୟରେ ସହଯୋଗ କରିଥିବା ଆହୁରି ୩ ଜଣଙ୍କୁ ପୁଲିସ୍‌ ଖୋଜିବାରେ ଲାଗିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ପଶ୍ଚିମ ଆମ୍ବେରନାଥଠାରୁ ନିଜ ପ୍ରତିଦ୍ୱନ୍ଦୀର ଅଣ୍ଡା ଆସୁଥିବା ଟ୍ରକ୍‌ଟିକୁ ସଦତ ତାଙ୍କର ୩ ଜଣ ସହଯୋଗୀଙ୍କ ସହ ମିଶି ଅଟକାଇ ଦେଇଥିଲେ। ତା’ପରେ ଟ୍ରକ୍‌ ଚାଳକ ସହ ଟ୍ରକ୍‌ରେ ବସିଥିବା ଅଣ୍ଡା ବେପାରୀଙ୍କ ପୁଅ ଉପରେ ଆକ୍ରମଣ କରିଥିଲେ ଓ ପରେ ଅଣ୍ଡା ଗାଡ଼ି ଧରି ପଳାଇ ଯାଇଥିଲେ। ଅଣ୍ଡା ବେପାରୀ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ସଦତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର