ପ୍ରେମ ପାଇଁ ଏତେ ବଡ଼ ମୂଲ୍ୟ ଦେବାକୁ ହେବ ବୋଲି ଜାଣିନଥିଲେ ୨୨ ବର୍ଷିଅ ଯୁବକ ରମେଶ। ଜାଣିଥିଲେ କ’ଣ ଏମିତି ଏକ ବାଜି ସେ ଖେଳିଥାନ୍ତେ, ଯାହା ଖେଳିବା ପୂର୍ବରୁ ସେ ପରାଜୟ! ରାଜସ୍ଥାନର ଉଦୟପୁରର ଯୁବକ ରମେଶ ବର୍ଷେ ତଳେ ଜଣେ ଯୁବତୀଙ୍କୁ ଭେଟିଲେ। ରମେଶଙ୍କୁ ଯୁବତୀଙ୍କ ସହ ପ୍ରେମ ହୋଇଗଲା। ଉଭୟ ଆପସ ବୁଝାମଣାରେ ଘର ଛାଡ଼ି ପଳାଇଗଲେ ମଧ୍ୟ। କିଛି ଦିନ ସାଙ୍ଗ ହୋଇ ବେଶ୍ ହସ ଖୁସିରେ ରହିଲେ।
ମାତ୍ର ଏଥିରେ ଯୁବତୀଙ୍କ ପରିବାର ଲୋକେ ଖୁସି ନଥିଲେ। ସେମାନେ ଗାଁ ଏବଂ ପଞ୍ଚାୟତ ଡାକି ସଭା ବସାଇଲେ। ସଭାରେ ରମେଶଙ୍କ ଉପରେ ୪୦,୦୦୦ ଟଙ୍କାର ଜରିମାନା ଶୁଣାଣି କରାଗଲା। ସେହି ୪୦,୦୦୦ ଟଙ୍କା ଯୁବତୀଙ୍କ ପରିବାର ଲୋକଙ୍କୁ ଦିଆଗଲା। ରମେଶ ସେହି ଟଙ୍କା କରଜ କରି ଦେଇଥିବାରୁ ତାହାକୁ ସୁଝିବାକୁ ଯାଇ ଏକ ମଟରସାଇକେଲ୍ ଚୋରି କରିବାକୁ ବି ପଛାଇଲେ ନାହିଁ। ମାତ୍ର ଯାହା ଯେମିତି କରି କରଜ ସୁଝିବାକୁ ରମେଶ ସମର୍ଥ ହେବା ବେଳକୁ ପ୍ରେମିକା ତାଙ୍କର ଆଉ ଜଣେ ପୁରୁଷଙ୍କ ସହ ପଳାଇବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି।
/sambad/media/post_attachments/wp-content/uploads/2018/01/181813088_44871658-fff5-11e7-a2b4-180df2fa46c1-300x169.jpg)
ଏ କାହାଣୀ ଏଇଟି ସରିନଥିଲା। ରମେଶ ନିଜର ଦୁଇ ସହଯୋଗୀଙ୍କ ସହ ଗତ ଶୁକ୍ରବାର ପୁଲିସ୍ ହାତରେ ଗିରଫ ହେଲେ। ପୁଲିସ୍ ପଚରା ଉଚରା ସମୟରେ ସେ ସଂପୂର୍ଣ୍ଣ କାହାଣୀ ବଖାଣିଲେ। ପୁଲିସ୍ ପଚରା ଉଚରାରୁ ଏକ ବଡ଼ ରହସ୍ୟରୁ ପରଦା ଉଠିଛି। ସେ ଗତ କିଛି ମାସ ମଧ୍ୟରେ ପ୍ରାୟ ୫୦ଟି ମଟରସାଇକେଲ୍ ଚୋରି କରିଥିବା ନିଜେ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ରମେଶ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ୍ ହେପାଜତରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/b995b92925958490d0a86f344edf59cb_XL.jpg)