ହେଲମେଟ ପିନ୍ଧି ନ ଥିବାରୁ ଚାଲାଣ କାଟିଲା ପୁଲିସ; ରାଗରେ ସମସ୍ତଙ୍କ ସାମ୍ନାରେ ପୋଷାକ ଖୋଲି ଉଲଗ୍ନ ହୋଇଗଲେ ଯୁବକ

ଜୟପୁର: ରାଜସ୍ଥାନରେ ବିନା ହେଲେମେଟରେ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କ ଚାଲାଣ କାଟିବାରୁ ପୁଲିସକୁ ଏକ ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ଭିଲଓ୍ଵାଡାରେ ପୁଲିସ କର୍ମଚାରୀ ବିନା ହେଲମେଟରେ ଯାଉଥିବା ଜଣେ ବାଇକ୍‌ ଆରୋହୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଚାଲାଣ କାଟିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବ୍ୟକ୍ତିଜଣକ ନିଜର ସମସ୍ତ ପୋଷାକ ଖୋଲି ରାସ୍ତାରେ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ।

हेलमेट न पहनने पर कटा चालान, गुस्से ...
पंजाब केसरी

ଏହାପରେ ବ୍ୟକ୍ତିଜଣକ ପାଟି କରି କହିଥିଲେ, ଆମେ ଏତେ ସଚ୍ଚୋଟରେ ରହୁଛୁ, ତଥାପି ଆମକୁ ହଇରାଣ କରାଯାଉଛି। ଏତେ ଚାଲାଣ ଅର୍ଥ ଆମେ କେଉଁଠୁ ଆଣି ଭରିବୁ। ମୁଁ ମୋ ପୋଷାକ ଖୋଲି ଦେଇଛି। ଏବେ ପୁଲିସକୁ ଯେତେ ମାଡ ମାରିବା ଅଛି ମୋତେ ମାରୁ।

ପ୍ରକାଶିତ ରିପୋର୍ଟ ମୁତାବକ, ମେଭାରାମ କୁମାବତ ନିଜର ପତ୍ନୀ ଓ ପିଲାଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଆଜମେର ଛକରେ କିଛି ପୁଲିସ କର୍ମଚାରୀ ଚାଳକଙ୍କ ଗାଡ଼ି କାଗଜ ପତ୍ର ଓ ହେଲମେଟ୍‌ର ତନଖି କରୁଥିଲେ। ଏତିକି ବେଳେ ମେଭାରାମ କୁମାବତ ହେଲମେଟ ପିନ୍ଧି ନ ଥିବାରୁ ତାଙ୍କୁ ପୁଲିସ ଅଟକାଇଥିଲା ଏବଂ ତାଙ୍କ ଚାଲାଣ କାଟିଥିଲା। ଏଥିରେ ମେଭାରାମ ଉତକ୍ଷିପ୍ତ ହୋଇ ଯାଇ ସମସ୍ତଙ୍କ ସାମ୍ନାରେ ନିଜର ସାର୍ଟ ପେଣ୍ଟ ଖୋଲି ଉଲଗ୍ନ ହୋଇ ଯାଇଥିଲେ।

हेलमेट न पहनने पर कटा चालान, गुस्से ...
पंजाब केसरी

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ନିକଟରେ ଚାଲାଣ ଦର ବୃଦ୍ଧି କରିଛନ୍ତି। ଏହି କାରଣରୁ ଲୋକଙ୍କୁ ମୋଟା ଅଙ୍କର ଚାଲାଣ ଭରିବା ନେଇ ଅସୁବିଧା ହେଉଥିବା ଅନେକ ସମୟରେ ଖବର ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଚାଲାଣ ଦର ବୃଦ୍ଧିକୁ ନେଇ ଲୋକମାନେ ଅନେକ ଥର ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର