ଜୟପୁର: ଆଜି ରାଜସ୍ଥାନରେ ଗ୍ୟାଙ୍ଗୱାର ଦେଖିବାକୁ ମିଳିଥିଲା। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଥିବା ଝଗଡ଼ା ପାଇଁ ଆଜି ରକ୍ତରଞ୍ଜିତ ହୋଇଥିଲା ସିକାର ସହରର ପିପରାଲି ରାସ୍ତା। ଶନିବାର ସକାଳ ୯.୩୦ ସମୟରେ ସିକାର ସହରର ପିପରାଲି ରାସ୍ତାରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ରାଜୁ ଠେଠର ବାସଭବନ ଆଗରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା। ଘରର ପ୍ରବେଶ ପଥରେ ଚାରି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ କହିଛି ଯେ, ୫ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ଅପରାଧୀଙ୍କୁ ଗିରଫ କରିବା ପାଇଁ ରାଜ୍ୟବ୍ୟାପୀ ଖୋଜା ଚାଲିଛି।

Advertisment

publive-image ndtv

ତେବେ ଏହି ଆକ୍ରମଣରେ ଜଣେ ନୀରିହ ଲୋକର ଜୀବନ ଯାଇଥିବା ଜଣାପଡ଼ିଛି। ଝିଅର ଏକ କୋଚିଂ ସେଣ୍ଟରରେ ଆଡମିଶନ ପାଇଁ ଘଟଣା ଘଟିଥିବା ଅଞ୍ଚଳକୁ ଯାଇଥିଲେ ତାରାଚାନ୍ଦ କଡୱାସରା। ହେଲେ ତାଙ୍କୁ ଜଣାନଥିଲା ଏହା ତାଙ୍କର ଶେଷ ଦିନ ହେବ। ଝିଅର ଆଡମିଶନ ପୂର୍ବରୁ ଗ୍ୟାଙ୍ଗଷ୍ଟର ରାଜୁ ଠେଠ ଉପରକୁ ଚଳାଯାଇଥିବା ଗୁଳି ଆସି ତାରାଚାନ୍ଦଙ୍କ ଦେହରେ ବାଜିଥିଲା। ଏହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ତାରାଚାନ୍ଦଙ୍କ ସମ୍ପର୍କୀୟ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

e08va6j ndtv

ଯେଉଁଠାରେ ଘଟଣା ଘଟିଥିଲା ସେଠାରେ ଅନେକ ହଷ୍ଟେଲ ଏବଂ କୋଚିଂ ସେଣ୍ଟର ରହିଛି। ସୂତ୍ରରୁ ପ୍ରକାଶ ଯେ ଗ୍ୟାଙ୍ଗଷ୍ଟର ଠେଠଙ୍କ ଭାଇ ମଧ୍ୟ ସେଠାରେ ଏକ ହଷ୍ଟେଲ ଚଳାଉଥିଲେ। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟର ଶେଖାବତୀ ଅଞ୍ଚଳରେ ଥିବ‌ା ଅନ୍ୟ ଏକ ଗ୍ୟାଙ୍ଗ ସହିତ ଠେଠଙ୍କ ଶତ୍ରୁତା ଥିଲା, ଯାହା ଫଳରେ ଏହି ଘଟଣା ଘଟିଛି।