ଟିକ୍‌ଟକ୍‌ ପାଇଁ ସିଂହ ସହିତ ସେଲଫି ନେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଟିକ୍‌ଟକ୍‌ରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ମଧ୍ୟରୁ କିଛି ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛିକୁ ନେଇ ବିବାଦ ସୃଷ୍ଟି ହୋଇଯାଇଥାଏ। ଆଉ କେତେକ ଭିଡିଓ ପାଇଁ କଡା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଥାଏ।

ନିକଟରେ ଟିକ୍‌ଟକ୍‌ ବ୍ୟବହାରକାରୀ ଫୈଜାଲ୍‌ ସିଦ୍ଦିକ୍‌ଙ୍କ ଏକ ଭିଡିଓକୁ ଟିକ୍‌ଟକ୍‌ରୁ ହଟାଇ ଦିଆଯାଇଛି। କାରଣ ଏଥିରେ ବ୍ୟବହାରକାରୀ ଏସିଡ ଆକ୍ରମଣକୁ ପ୍ରତ୍ସୋହନ ଦେଇଥିବା ଭଳି କିଛି ଦୃଶ୍ୟ ରହିଥିଲା। ଏମିତିରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର୍‌ ନକରି ସିଂହ ସହିତ ସେଲଫି ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରି ନେଇଛି।

ଏହି ଭିଡିଓକୁ ଇଣ୍ଡିୟାନ୍‌ ସର୍ଭିସ୍‌ ଅଫିସର ପ୍ରବୀଣ କାସଓ୍ଵାନ୍‌ ଟୁଇଟ କରି ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତିଙ୍କ ସାମ୍ନାରେ ଦୁଇଟି ସିଂହ ବସିଛନ୍ତି। ବ୍ୟକ୍ତି ଜଣକ ମୋବାଇଲ ନେଇ ସିଂହ ପାଖକୁ ଯାଇ ସେଲଫି ନେଉଛନ୍ତି। ତେବେ ଏହି ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ବୋଲି ପ୍ରବୀଣ ସୂଚନା ଦେଇଛନ୍ତି।

ଏହି ଭିଡିଓକୁ ମେ ୧୯ ସକାଳେ ସେୟାର କରାଯାଇଛି। ଏଯାବତ ଏହାକୁ ୫ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ଟୁଇଟରରେ ଦେଖିବା ପରେ ଲୋକମାନେ ଖୁବ୍‌ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର