ଦେଖନ୍ତୁ ଭିଡିଓ: ନ ପଚାରି ରୋଷେଇଘରୁ ମିଠା ନେଇଥିବା ୮୦ ବର୍ଷିୟ ବାପାଙ୍କୁ ଚାପୁଡ଼ା ମାରୁଛି ପୁଅ

କୋଲକାତା: ବିନା ଅନୁମତିରେ ରୋଷେଇ ଘରେ ରଖାଯାଇଥିବା ମିଠା ନେଇଥିବା କାରଣରୁ ଜଣେ ପୁଅ ତା’ର ବାପାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଘଟନାଟି ଘଟିଛି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ। ଭିଡିଓ ଭାଇରାଲ୍‌ ହେବା ପରେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି ବୋଲି ବୁଧବାର ଦିନ ପୁଲିସ କହିଛି।

ଅଶୋକ ନଗର ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି: ଭିଡିଓ ଭାଇରାଲ୍‌ ହେବା ପରେ ଆମେ ଜଣିବାକୁ ପାଇଲୁ ଯେ ମ୍ୟୁନିସ୍‌ପାଲିଟି ଅଫିସ୍‌ରେ କାର୍ଯ୍ୟ କରୁଥିବା ୪୦ ବର୍ଷିୟ ପ୍ରଦୀପ ବିଶ୍ୱାସ ତାଙ୍କ ୮୦ ବର୍ଷିୟ ବାପାଙ୍କୁ ମାଡ଼ ଦେଇଛନ୍ତି। ବିଧିବଦ୍ଧ ଅଭିଯୋଗ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।

ଜଣେ ପଡ଼ୋଶୀ ଉତ୍ତୋଳନ କରିଥିବା ସେ ଭିଡିଓରେ ଦେଖାଯାଉଛି: ପାମ୍ପୁଡ଼ା ବୁଢ଼ା ଜଣେ ନିଃସହାୟ ଭାବେ ପ୍ରଦୀପଙ୍କ ପ୍ରଶ୍ନର ଜବାବ ଦେଉଥିବା ବେଳେ ସେ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି। ପ୍ରଦୀପଙ୍କ ପତ୍ନୀ ତାଙ୍କୁ ନ ଅଟକାଇ ପାଖରେ ଛିଡ଼ା ହୋଇ ଦେଖୁଛନ୍ତି।

ତାଙ୍କର ଅପରାଧ: କାହାକୁ ନ ଜଣାଇ ସେ ରୋଷେଇ ଘରେ ଥୁଆ ହୋଇଥିବା ମିଠା ନେଇ ମଧୁମେହ ଆକ୍ରାନ୍ତ ପ୍ରଦୀପଙ୍କ ମାଆକୁ ଦେଇଥିଲେ।

ସମ୍ବନ୍ଧିତ ଖବର