ଝିଅ ସହ ପଳାଇ ଯାଇଥିବା ତରୁଣଙ୍କୁ ଧରି ମାରଧର କରିବା ସହ ବିଷ ପିଆଇଲେ ଝିଅର ବାପା

ନୂଆଦିଲ୍ଲୀ: ନାବାଳିକା ଝିଅକୁ ନେଇ ପଳାଇଥିବା ଜଣେ ତରୁଣଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଝିଅର ବାପା ତାଙ୍କୁ ନିର୍ଦ୍ଦୟ ଭାବେ ପିଟିବା ସହ ଜବଦସ୍ତି ବିଷ ପିଆଇ ଦେଇଛନ୍ତି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି।

ପୀଡ଼ିତଙ୍କ ନାଁ ହରି ଓଁ ଚେତା ହରାଇ ଗୋଟାଏ ନିକାଞ୍ଚନ ଜାଗାରେ ପଡ଼ିଥିବା କଥା ବିନ୍ଦାପୁର ଥାନା ନିକଟରେ ଲୋକେ ଦେଖିଥିଲେ।

ବୁଦା ଆଢୁଆଳରେ ଜଣେ ଯୁବକ ମଦ ପିଇ ଚେତାଶୂନ୍ୟ ହୋଇ ପଡ଼ିଥିବା କଥା ସେପ୍ଟେମ୍ବର ୧୫ ତାରିଖ ଦିନ ବାଟୋଇମାନେ କହିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡିଡିୟୁ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେପ୍ଟେମ୍ବର ୧୬ ତାରିଖ ଦିନ ହରି ଓଁର ଚେତା ଫେରିବା ପରେ ତିନି ଜଣଙ୍କ ସାଥିରେ ଆସିଥିବା ଜଣେ ଲୋକଙ୍କ କହିଥିଲା। ସୋମନେ ତାଙ୍କୁ ଗୋରୁଗାଈ ଭଳି ପିଟି ମାରିବା ଉଦ୍ଦେଶ୍ୟରେ ବିଷ ପିଆଇ ଦେଇଥିଲେ ବୋଲି ମାମଲାର ତଦନ୍ତକାରୀ ଅଧିକାରୀ କହିଛନ୍ତି।

ତଦନ୍ତ ସମୟରେ ଦିଲ୍ଲୀ ପୁଲିସ ଜାଣିଲା ଯେ ସେପ୍ଟେମ୍ବର ୧୫ ତାରିଖ ଦିନ ହରି ଓଁ ଜଣେ ୧୩ ବର୍ଷୀୟ ଝିଅକୁ ନେଇ ପଳାଇଥିଲା। ଝିଅ ନିରୁଦ୍ଦେଶ ହେବା ପଛରେ କାହାର ହାତ ଅଛି ଝିଅର ବାପା ଜାଣି ପାରିଥିଲେ।

ଝିଅକୁ ଅପହରଣ କରିଥିବା ଅଭିଯୋଗ କରି ହରି ଓଁ ନାଁରେ ଡାବ୍ରି ଥାନାରେ ସେ ଏଫ୍‌ଆଇଆର୍‌ ଦେଇଥିଲେ।

ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରିବାକୁ ଯୋଜନା କରୁଥିବା ସମୟରେ ଝିଅର ବାପା ସେମାନେ କେଉଁଠି ଅଛନ୍ତି ତାହା ଜାଣି ପାରିଥିଲେ।

ହରି ଓଁର ବୟାନ ଅନୁସାରେ, ଝିଅର ବାପା ଏବଂ ଅନ୍ୟ ତିନି ଜଣ ତାଙ୍କୁ ଏକ ନିଛାଟିଆ ଜାଗାକୁ ନେଇ ପଶୁପରି ପିଟିଲେ। ତାଙ୍କୁ ବିଷ ପିଆଇ ମରିବାକୁ ସେଠାରେ ଛାଡ଼ି ଚାଲି ଆସିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଝିଅର ବାପା ବିରୋଧରେ ଆଇପିସି ଧାରା ୩୦୮ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି

ସମ୍ବନ୍ଧିତ ଖବର