ପ୍ରେମିକାର ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଗିରଫ ହେଲେ ପ୍ରେମିକ, ବିବାହ ଭାଙ୍ଗିବାର ଥିଲା ଉଦ୍ଦେଶ୍ୟ

ନୋଏଡା : ଜଣେ ଯୁବକ ନିଜ ପ୍ରେମିକାର ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବକଙ୍କୁ ଏଭଳି ଧମକ ଦେବା ଭାରୀ ପଡ଼ିଥିବା ବେଳେ ପୁଲିସ ଏବେ ଯୁବକଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିିଛି ।

ସୂଚନା ମୁତାବକ, ପୀଡ଼ିତାଙ୍କ ଘର ପାଖରେ ରହୁଥିଲେ ଅଭିଯୁକ୍ତ ରଜତ ଶ୍ରୀବାସ୍ତବ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହେବା ପରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଦିନର ସଂପର୍କ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଅଲଗା ହେବା ପରେ ପୀଡ଼ିତାଙ୍କ ଘର ଲୋକେ ତାଙ୍କ ପାଇଁ ପୁଅ ଖୋଜିବା ଆରମ୍ଭ କରିଥିଲେ । କିଛି ଦିନ ଦେଖା ଦେଖି କରିବା ପରେ ପୁଅ ଠିକ୍‌ ହେବା କଥା ଜାଣି ରଜତ୍‌ ବିବାହ ଭାଙ୍ଗିବାର ଯୋଜନା କରିଥିଲେ । ଏ ନେଇ ସେ ନିଜ ପାଖରେ ଥିବା ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ବ୍ୟବହାର କରିବେ ବୋଲି ନିଷ୍ପତ୍ତିି ନେଇଥିଲେ ।

Daily Times

ପ୍ରଥମେ ସେ ପୀଡ଼ିତାଙ୍କ ବାପା ଏବଂ ଭାଇଙ୍କୁ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ଛାଡ଼ିଥିବା ବେଳେ ବାହାଘର କଲେ ଝିଅର ଫଟୋ ଭାଇରାଲ କରିଦେବି ବୋଲି ଘର ଲୋକଙ୍କୁ ଧମକ ଦେଇଥିଲେ । ଧମକରେ ନ ଡ଼ରି ପୀଡ଼ିତାଙ୍କ ଭାଇ ଯାଇ ପୁଲିସରେ ରଜତଙ୍କ ବିରୋଧ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ରଜତକୁ ଏକ ମଲ୍‌ରୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର