ଦୁଷ୍କର୍ମ ପରେ ନାବାଳିକାଙ୍କୁ ମୃତ ଭାବି ନାଳକୁ ଫିଙ୍ଗି ପଥର ଓ କଣ୍ଟା ଲଦି ଦେଇଥିଲା ଦୁଷ୍କର୍ମକାରୀ

ଜୀବିତ ଅବସ୍ଥାରେ ପୀଡ଼ିତା ହେ‌ଲେ ଉଦ୍ଧାର

ବେତୁଲ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ନାରୀ ସମ୍ମାନ ପାଇଁ ଅଭିଯାନ ଓ ମହିଳା ନିର୍ଯ୍ୟାତନା ହ୍ରାସ କରିବା ପାଇଁ ଯେତେ ଚେଷ୍ଟା କରୁଥିଲେ ହେଁ, ମହିଳାଙ୍କ ସହିତ ଜଡ଼ିତ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଏହାରି ଭିତରେ ମଧ୍ୟ ପ୍ରଦେଶ ବେତୁଲ ଜିଲ୍ଲାରୁ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ଜିଅନ୍ତା ନାଳରେ ଫିଙ୍ଗି ଦେବା ସହିତ ତାଙ୍କ ଉପରେ କଣ୍ଟା ଓ ପଥର ଲଦି ଦେଇଥିଲେ। ସମୟ ଥାଉଥାଉ ପରିବାରଲୋକ ତାଙ୍କୁ ଉଦ୍ଧାର କରିବାରୁ ସେ ବଞ୍ଚି ଯାଇଛନ୍ତି।

13 साल की लड़की के साथ रेप कर नाले में फेंका

ସୂଚନାଯୋଗ୍ୟ, ନାବାଳିକା ରାତିରେ କ୍ଷେତକୁ ମଟର ବନ୍ଦ କରିବାକୁ ଯାଇଥିଲେ। ଏହି ସମୟରେ ୪୫ ବର୍ଷୀୟ କ୍ଷେତ ମାଲିକ ସୁଶୀଲ ବର୍ମା ସେଠାରେ ଉପସ୍ଥିତ ଥିଲା। ନାବାଳିକାଙ୍କୁ ଏକା ଦେଖି ସୁଶୀଲ ଦୁଷ୍କର୍ମ କରିବା ଆରମ୍ଭ କରିଥିଲା। ସୁଶୀଲ କବଳରୁ ମୁକୁଳିବା ପାଇଁ ପୀଡିତା କାନ୍ଦିବାକୁ ଲାଗିଥିଲା। ଏହି କାନ୍ଦ ଶୁଣି କାଳେ କିଏ ଚାଲି ଆସିବ ସେ ଭୟରେ ସୁଶୀଲ ପୀଡିତାଙ୍କ ଉପରକୁ ପଥର ପିଙ୍ଗି ଦେଇଥିଲା। ଫଳରେ ଅଚେତ ହୋଇପଡ଼ିଥିଲେ ସେ। ସୁଶୀଳ ପୀଡିତାଙ୍କୁ ଅଚେତ ଦେଖି ମୃତ ବୋଲି ଭାବି ନେଇଥିଲା। ଏହାପରେ ନିକଟରେ ଥିବା ଏକ ନାଳକୁ ଫିଙ୍ଗି ତାଙ୍କ ଉପରେ ପଥର ଓ କଣ୍ଟା ଆଦି ପକାଇ ପୋତି ଦେଇଥିଲା।

13 साल की लड़की के साथ रेप कर नाले में फेंका

ବିଳମ୍ବିତ ରାତି ଯାଏଁ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜିବାକୁ ଯାଇଥିଲେ। କ୍ଷେତ ପାଖରେ  କାହାର କାନ୍ଦିବା ଶବ୍ଦ ସୁଭିଥିଲା। କାନ୍ଦ ଶୁଣି ସେମାନେ କ୍ଷେତ ପାଖରେ ଥିବା ନାଳ ଆଡକୁ ଦୌଡ଼ିଥିଲେ। ପରିବାର ଲୋକ ପଥର ଓ କଣ୍ଟା ହଟାଇ ଦେଖିଲା ବେଳକୁ ସେଠାରେ ନିଜ ଝିଅକୁ ଲହୁଲୁହାଣ ଅବସ୍ଥାରେ ପାଇଥିଲେ।
ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ବେତୁଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଅଭିଯୁକ୍ତ ସୁଶୀଲ ବର୍ମାକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର