ବଡପାଟି କରିବାରୁ ୮ମହଲାରୁ ତଳକୁ ପିଙ୍ଗିଦେଲା ଯୁବକ, ଘଟଣାସ୍ଥଳରେ ୨ ଭଉଣୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାନ୍ୟ ଭୁଲ ପାଇଁ ଏତେ ବଡ ଶାସ୍ତି ! ବଡପାଟି କରିବାରୁ ୨ ଭଉଣୀଙ୍କୁ ୮ ମହଲାରୁ ତଳକୁ ପିଙ୍ଗିଦେଲାଯୁବକ । ଚାହୁଁଚାହୁଁ ଚାଲିଗଲା ୨ ଭଉଣୀଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଋଷ କାଇଜିଲ ପ୍ରାନ୍ତରେ ।

ସୂଚନା ମୁତାବକ, ଋଷର ଏହି ଅଞ୍ଚଳରେ ଥିବା ଏକ ଆପାର୍ଟମେଂଟରେ ଘଟିଛି ଏପରି ନୃଶଂସ କାଣ୍ଡ । ଏହି ଆପାର୍ଟମେଣ୍ଟରେ ନିଜ ମା’ଙ୍କ ସହ ରହୁଥିବା ଦୁଇ ନାବାଳିକା ଭଉଣୀ ଜୋରରେ ପାଟି କରିବାରୁ ଉତ୍ତ୍ୟକ୍ତ ହୋଇଯାଇଥିଲେ ସେହି ଫ୍ଲୋରରେ ରହୁଥିବା ଅଚୁର ସୁଚୈଟ୍ ନାମକ ଯୁବକ ଦୁଇ ଭଉଣୀ ରହୁଥିବା ଘରେ ପଶିଥିଲା । ଏହି ସମୟରେ ପଡୋଶୀ ଦୁଇ ଭଉଣୀଙ୍କର ଚିତ୍କାର ଶୁଣଇଥିଲେ । ହେଲେ କେହି କିଛି ବୁଝିବା ଆଗରୁ ତାଙ୍କ ଘରେ ପଶି ଝରକା ପଟେ ଦୁଇ ଭଉଣୀଙ୍କୁ ତଳକୁ ଫିଙ୍ଗିଦେଇଥିଲା ଯୁବକ।

ଫଳରେ ଘଟଣାସ୍ଥଳରେ ସାନ ଭଉଣୀର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ବାଟରେ ବଡ ଭଉଣୀର ମୃତ୍ୟୁ ହୋଇଥିଲା । ମୃତ ୨ ଭଉଣୀଙ୍କ ବୟସ ଯଥାକ୍ରମେ ୯ ବର୍ଷ ଓ ୧୪ ବର୍ଷ । ପଡୋଶୀଙ୍କ ଦ୍ୱାରା ଅଟକ ଥିବା ଏହି ଯୁବକ ପୁଲିସ ଆଗରେ ଦୋଷ ସ୍ୱୀକାର କରିବା ପରେ ଗିରଫ ହୋଇ ୨ ମାସ ପୁଲିସ ହେପାଜତରେ ଯାଇଛି ।

ମୃତ ଦୁଇ ଭଉଣୀ ମା’ଙ୍କ ସହ ଆପାର୍ଟମେଣ୍ଟର ୮ ଫ୍ଲୋରରେ ରହୁଥିଲେ । ଘଟଣା ଦିନ ତାଙ୍କ ମା’ ନାଇଟ୍ ସିଫ୍ଟରେ ଡ୍ୟୁଟିରେ ଥିଲେ । ଏହି ସମୟରେ ଦୁଇ ଭଉଣୀ ବଡ ପାଟି କରି ଖେଳୁଥିଲେ । ହେଲେ ଏହାକୁ ସହ୍ୟ କରିପାରି ନଥିଲା ଅଚୁର ସୁଚୈଟ୍ । ରାଗିଯାଇ ଦୁହିଁଙ୍କୁ ଝରକା ପଟେ ଫୋପାଡି ଦେଇଥିଲା । ଏହି ଯୁବକ ବିରୋଧରେ ପୂର୍ବରୁ କାର ଚୋରି କରିବା ମାମଲା ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର