ସ୍ୱାମୀଙ୍କ ସହ ଶୋଇଥିଲେ ମହିଳା , ତାଙ୍କ ଶରୀରରେ କେହି ହାତ ମାରିଲେ , ନିଦ ଭାଙ୍ଗିବାମାତ୍ରେ ଯାହା ଦେଖିଲେ , ତାଙ୍କର ପାଦତଳ ମାଟି ଖସିଗଲା !
ରାୟପୁର: ଜଣେ ଦୁଇ ପିଲାର ମାଆ ନିଜ ସ୍ୱାମୀଙ୍କ ବେଡରୁମ୍ରେ ଶୋଇଥିଲେ। ସେତେବେଳକୁ ରାତି ପ୍ରାୟ ତିନିଟା। ଅଚାନକ ବିବାହିତ ମହିଳା ଜଣକ ଅନୁଭବ କରିଲେ, ତାଙ୍କ ଶରୀରକୁ କେହି ଛୁଉଁଛି। ପ୍ରଥମେ ପ୍ରଥମେ ସେ ଭାବିଲେ ବୋଧହୁଏ ତାଙ୍କ ସ୍ୱାମୀ ଏପରି କରୁଥିବେ।
ମହିଳା ଜଣକ ଗଭୀର ନିଦରେ ଥିବା ହେତୁ ସହଜରେ ନିଦ ଭାଙ୍ଗିଲେ ନାହିଁ। ତା’ପରେ ଉକ୍ତ ଯୁବକ ଜଣକ ମହିଳାଙ୍କ ବିଭିନ୍ନ ଅଙ୍ଗରେ ହସ୍ତ ଚାଳନା କରିବାରେ ଲାଗିଲା। ଏହାପରେ ମହିଳାଙ୍କ ନିଦ ଭାଙ୍ଗିଗଲା।
ଆଖି ଖୋଲିବା ମାତ୍ରେ ତାଙ୍କର ନିଦ ହଜିଗଲା। ସେ ଯାହାକୁ ନିଜର ସ୍ୱାମୀ ବୋଲି ମନେ କରୁଥିଲେ,ପ୍ରକୃତରେ ସେ ସ୍ୱାମୀ ନୁହନ୍ତି,ଅନ୍ୟ ଜଣେ ଯୁବକ। ଏହା ଦେଖି ମହିଳାଜଣକ ଭୟଭୀତ ହୋଇ ଚିତ୍କାର କରିଥିଲେ।
ପତ୍ନୀଙ୍କ ଚିତ୍କାର ଶୁଣି ପତିଙ୍କର ନିଦ ଭାଙ୍ଗିଗଲା। ସେ ସେହି ଯୁବକକୁ ଧରିବାକୁ ଚେଷ୍ଟା କଲେ। ଅଭିଯୁକ୍ତ ଯୁବକଜଣକ ପଳାଇବାର ଅପଚେଷ୍ଟା କରି ବିଫଳ ହୋଇଥିଲା। ତା’ପରେ ତାକୁ ଧରିଥିଲେ ସ୍ୱାମୀ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ପୁଲିସ୍ ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୪୫୭ ଓ ୩୫୪ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଅଭିଯୁକ୍ତର ନାଆଁ ହେଲା ଅଙ୍କିତ ସାହୁ ଓରଫ୍ ଲଲ୍ଲା ସାହୁ। ସେ ଅଞ୍ଚଳର ଅଧିବାସୀ। ଅଭିଯୋଗକାରିଣୀ ମହିଳା ବି ଛତିଶଗଡ଼ର ପାରୋଗାପାରା ଅଞ୍ଚଳର ବୋଲି ଜଣାଯାଇଛି।