ବଡ଼ ଭଉଣୀକୁ ଦୁଷ୍କର୍ମ କରିନପାରିବା ରାଗରେ ସାନ ଭଉଣୀକୁ ମାରିଦେଲା ୩୦ ବର୍ଷିୟ ଯୁବକ

ରାୟପୁର: ଛତିଶଗଡ଼ର ବିଳାସପୁରଠାରେ ବୁଧବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୩୦ ବର୍ଷିଅ ଯୁବକ ୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ନାବାଳିକାର ୩ ବର୍ଷୀୟା ଭଉଣୀକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତର ନାମ ବିଜୟ କୁମାର। ଏହି ଘଟଣା ପରେ ସ୍ଥାନୀୟ ଲୋକ ବିଜୟକୁ ନିସ୍ତୁକ ମାଡ଼ ମାରିଛନ୍ତି। ବିଜୟ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତା’ ବିରୋଧରେ ପୋସ୍କୋ ଆକ୍ଟ ଅଧିନରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଯେଉଁଠାରେ ପୀଡ଼ିତାଙ୍କ ବାପାମାଆ କାମ କରୁଥିଲେ ସେଠାକାର ମାଲିକର ବିଜୟ ଚିହ୍ନାଜଣା। ବୁଧବାର ବିଜୟ ଦେଖିବାକୁ ପାଇଥିଲା ଯେ ୩ ଓ ୪ ବର୍ଷୀୟା ଦୁଇ ନାବାଳିକା ଭଉଣୀ ତାଙ୍କ ଜେଜେଙ୍କ ସହ ଘର ବାହାରେ ଖେଳୁଥିଲେ। ସେ ଏହି ଦୁଇ ଭଉଣୀଙ୍କ ଜେଜେଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ମଦ ଯାଚିଥିଲା। ପରେ ସେ ଦୁଇ ଭଉଣୀଙ୍କୁ ତା’ ସହ ଯିବା ପାଇଁ କହିଥିଲା।

ଦୁଇ ଭଉଣୀଙ୍କ ଜେଜେବାପା ମଦ ନିଶାରେ ଶୋଇପଡ଼ିବା ପରେ ସେ ଦୁଇ ଭଉଣୀଙ୍କୁ ବହଲେଇ ବଣକୁ ନେଇ ଯାଇଥିଲା। ସେଠାରେ ପ୍ରଥମେ ବଡ଼ ଭଉଣୀକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ବଡ଼ ଭଉଣୀ ସୌଭାଗ୍ୟକୁ ସେଠାରୁ ଦୌଡ଼ି ପଳାଇ ଆସି ଚିତ୍କାର କରିଥିଲା। ପାଟି ଶୁଣି ପୀଡ଼ିତାଙ୍କ ବାପାମାଆ ସହ ସ୍ଥାନୀୟ ଲୋକେ ଯାଇ ସ୍ଥାନରେ ପହଞ୍ଚିଲା ବେଳକୁ ବିଜୟ ଅସଂଯତ ଅବସ୍ଥାରେ ଥିବା ସହ ସାନ ଭୁଉଣୀ ମରି ପଡ଼ିଥିଲା।

 

ସମ୍ବନ୍ଧିତ ଖବର