ମିଛରେ ଏଚଆଇଭି ସଂକ୍ରମଣ ହୋଇଛି ବୋଲି କହି ଦୁଷ୍କର୍ମକାରୀ ଠାରୁ ନିଜକୁ ଏପରି ବଞ୍ଚାଇଲେ ମହିଳା

ମହାରାଷ୍ଟ୍ର: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜାମିନ୍‌ରେ ଆସିଥିବା ଜଣେ ହତ୍ୟା ଅଭିଯୁକ୍ତ ଏକ ୨୯ବର୍ଷୀୟ ବିଧବାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା।  ଏହି ସମୟରେ ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ବିଧବା ମହିଳା ଜଣକ ନିଜକୁ ମିଛରେ ଏଚଆଇଭି ସଂକ୍ରମଣ ହୋଇଛି ବୋଲି କହି ଦୁଷ୍କର୍ମକାରୀ ଠାରୁ ରକ୍ଷା ପାଇଯାଇଥିଲେ। ଘଟଣାର  କିଛିଦିନ ପରେ ମହାରାଷ୍ଟ୍ର ପୁଲିସ ଉକ୍ତ ଅଭିଯୁକ୍ତକୁ  ଗିରଫ କରି ନେଇଥିଲା।

Dhaka Tribune

ସୂଚନାଯୋଗ୍ୟ, ରାଜନଗର ନିବାସୀ ଅଭିଯୁକ୍ତ କିଶୋର ବିଳାସ ଅବହଦ (୨୨) ଏଥିପାଇଁ ପୂର୍ବରୁ ନିଜର ପିତାର ହତ୍ୟା କରିଥିବା ଅଭିଯୋଗ ଗିରଫ ହୋଇଥିଲା। କୁହାଯାଉଛି କି, ପୀଡିତ ମହିଳା ନିଜ ସାତ ବର୍ଷର ଝିଅ ସହିତ ଏକ ଦୋକାନକୁ ଆସିଥିଲେ। ଯେତେବେଳେ ସେ ଘରକୁ ଫେରୁଥିଲେ ସେତେବେଳେ ତାଙ୍କ ପାଖରେ ୧୦ଟଙ୍କା ଥିବା ଦେଖିବାକୁ ପାଇଥିଲେ। ସେ ସେୟାରିଂ ଅଟୋରେ ଯିବାକୁ ଚାହିଁଥିଲେ କିନ୍ତୁ ମିଳି ନଥିଲା। ଏହାପରେ ମହିଳା ଲିଫ୍ଟ ମାଗିବାକୁ ଲାଗିଥିଲେ। ଏହି ସମୟରେ ଅବହଦ ମୋଟରସାଇକେଲରେ ଯାଉଥିଲା। ସେ ମହିଳାଙ୍କୁ ଲିଫ୍ଟ  ଦେଇଥିଲା। ଏକ ନିଛାଟିଆ ସ୍ଥାନ ଦେଖି ସେ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଭୟଭୀତ କରି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ମହିଳା ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧି ଖଟାଇ ନିଜକୁ ଏଚଆଇଭି ପଜିଟିଭ ବୋଲି କହି ଦୁଷ୍କର୍ମକାରୀ କବଳରୁ ନିଜକୁ ବଞ୍ଚାଇ ନେଇଥିଲେ। ପୁଲିସ ଉକ୍ତ ଅଭିଯୁକ୍ତର ସ୍କେଚ ଆଧାରରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର