ନୂଆଦିଲ୍ଲୀ: ଚୀନର ଏକ ହୋଟେଲରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଚୀନର Jiangxiର ଏକ ହୋଟେଲ ରୁମ୍‌ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ନିକଟରୁ ତିନିଟି ସାପ ଉଦ୍ଧାର ହୋଇଛି।

Advertisment

ଘଟଣାସ୍ଥଳରେ ପହଞ୍ଚିଥିବା ଫାୟାରଫାଇଟରସଙ୍କ କହିବାନୁସାରେ, ମୃତ ବ୍ୟକ୍ତି ଯେଉଁ କୋଠରୀରେ ଥିଲେ ସେହି କୋଠରୀରୁ ବିଷଧର ସାପ ବି ଉଦ୍ଧାର କରାଯାଇଛି। Xiao Hua ନାମକ ମହିଳା ପୁଲିସରେ ବୟାନ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

Xiao ମୁତାବକ, ଜଣେ ବ୍ୟକ୍ତି ସନ୍ଧ୍ୟା ୫ଘଟିକାରେ ତାଙ୍କୁ ଜୋରଜବରଦସ୍ତ ହୋଟେଲ ରୁମ୍‌କୁ ନେଇ ଯାଇଥିଲା। ଭିତରକୁ ଯିବା ପରେ ସେ ପୂର୍ବରୁ ସେଠାରେ ତିନିଟି ସାପ ରଖିଥିଲା। ଯାହାର ଭୟ ଦେଖାଇ Xiaoଙ୍କ ସହ ଦୁଷ୍କର୍ମ କରିଥିଲା। ରାତିରେ ସାପ ଉକ୍ତ ବ୍ୟକ୍ତିକୁ ଦଂଶନ କରିଥିଲା। ଦଂଶନ ପରେ ସେ ଡାକ୍ତରି ଚିକିତ୍ସା ବଦଳରେ ବିଛଣାରେ ଆସି ଶୋଇ ପଡ଼ିଥିଲା। ମଧ୍ୟରାତ୍ରିରେ Xiao ହୋଟେଲରୁ ବାହାରି ନିଜ ଘରକୁ ଚାଲି ଆସିଥିଲେ। ଏହାପରେ ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ମାମଲା ରୁଜୁ ପାଇଁ ପୁଲିସ ଷ୍ଟେସନ୍‌ରେ ପହଞ୍ଚିଥିଲେ Xiao। ପୁଲିସ Xiaoଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଜାଣି ହୋଟେଲ ରୁମ୍‌ରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା କି ଉକ୍ତ ବ୍ୟକ୍ତିିଙ୍କୁ ମୃତ୍ୟୁ ସାପ ଦଂଶନ ହେତୁ ହୋଇଥିଲା। ଦୁଷ୍କର୍ମ ମାମଲା ନେଇ ପୁଲିସ ଯାଞ୍ଚ ଜାରି ରଖିଛି।